ସ୍ୱାମୀ ସହିତ କାଲିଫର୍ଣ୍ଣିଆ ବିଚ୍‌ରେ ମସ୍ତି କରୁଥିବା ନଜର ଆସିଲେ ସନି ଲିଓନ, କହିଲେ ପାଳନ କରୁଛି ସୋସିଆଲ ଡିଷ୍ଟାସିଂ

ବଲିଉଡର ହଟ୍‌ ଏବଂ ବୋଲ୍ଡ ଅଭିନେତ୍ରୀ ସନି ଲିଓନ ଏବେ ଆମେରିକାରେ ସ୍ୱାମୀଙ୍କ ସହିତ ମସ୍ତି କରୁଛନ୍ତି। ସନି ମୁମ୍ବାଇରେ ଥିବା ବେଳେ ସାମାଜିକ ଦୂରତାକୁ ମାନୁଥିବା ବେଳେ କାଲିଫର୍ଣ୍ଣିଆରେ ମଧ୍ୟ ସାମାଜିତ ଦୂରତାକୁ ମାନି ଚଳୁଛନ୍ତି। ସନି ଡାନିଏଲଙ୍କ ସହିତ ସମୁଦ୍ର କୂଳରେ ବୁଲିବା ସହିତ ମସ୍ତି କରୁଥିବା ନଜର ଆସିଛନ୍ତି।

 

View this post on Instagram

 

Social distancing at the beach!! Can’t get any better then this! California LOVE!

A post shared by Sunny Leone (@sunnyleone) on

ସନି ସମୁଦ୍ର କୂଳରେ ମସ୍ତି କରୁଥିବା ଦୁଇଟି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋ ସେୟାର କରି ଲେଖିଛନ୍ତି, ସୋସିଆଲ ଡିଷ୍ଟାସିଂ ଏବଂ ସମୁଦ୍ର କୂଳରେ ମସ୍ତି କରିବାର ଲାଇଫ ସବୁଠାରୁ ବହୁତ ଭଲ। ଏହା ସହିତ ଆଉ ଏକ ଫଟୋରେ ଲେଖିଛନ୍ତି, ‘ ବିଚ୍‌ରେ ସୋସିଆଲ ଡିଷ୍ଟାସିଂ ! ଏହି ଫଟୋରେ ସନି ବେଶ ହଟ୍‌ ଅନ୍ଦାଜରେ ନଜର ଆସିଛନ୍ତି। ଏହା ସହିତ ସନି ପତି ଡାନିଏଲଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହାର କ୍ୟାପସନରେ ସନି ଲେଖିଛନ୍ତି, ‘ ଚମକୁଥିବା ଖରା ସହିତ ହଟି ଡାନିଏଲ ବେବରଙ୍କ ସହିତ।

 

View this post on Instagram

 

In the sunshine with this hottie @dirrty99

A post shared by Sunny Leone (@sunnyleone) on

ସୂଚନାଯୋଗ୍ୟ, ସନି ଏବେ ସ୍ୱାମୀ ଡାନିଏଲ ଏବଂ ପିଲାଙ୍କ ସହିତ ଆମେରିକାରେ ରହୁଛନ୍ତି। କରୋନା ସଂକ୍ରମଣ ବ୍ୟାପୁଥିବା ଯୋଗୁଁ ସନି ତାଙ୍କ ପତି ଡାନିଏଲ ଏବଂ ପିଲାଙ୍କ ସହିତ ଆମେରିକା ଚାଲିଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.