Below header

ଭବାନୀପାଟଣାରେ ଟିକେ ନରମ, ନାଚୁଣୀରେ ଗରମ ଯୋଗୀ ଆଦିତ୍ୟନାଥ

ଭବାନୀପାଟଣାରେ ଟିକେ ନରମ ଯୋଗୀ ଆଦିତ୍ୟନାଥ ଖୋର୍ଦ୍ଧା ନାଚୁଣୀରେ ଗରମ ଦେଖାଇଥିଲେ। ଓଡ଼ିଶା ଗସ୍ତରେ ଆସିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କର ଦୁଇଟି ଅବତାର ଦେଖିବାକୁ ମିଳିଥିଲା। ନାଚୁଣୀରେ ପାଇକ ବିଦ୍ରୋହ, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଥା କହି ସିଧାସଳଖ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଯାହାର କଡ଼ା ଜବାବ ଦେଇଛନ୍ତି ବିଜେଡି। ଯୋଗୀ ବାହାସ୍ପୋଟ ମାରୁଥିବା ଦଳ କହିଛି ।

ଭବାନୀପାଟଣାରେ ଯୋଗୀ କହିଲେ କେନ୍ଦ୍ରର ବିକାଶ କଥା। ନବୀନଙ୍କ ନାଁ ନନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। କିନ୍ତୁ ଖୋର୍ଦ୍ଧା ନାଚୁଣୀରେ ବଦଳିଗଲା ସ୍ୱର। ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ। ଯୋଗୀ କହିଥିଲେ, ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇ ଦେଉ ନାହାନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ରତା ସଂଗ୍ରାମୀମାନଙ୍କୁ ସମ୍ମାନ ଦେଉ ନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଟାର୍ଗେଟ କରିଥିଲେ ଯୋଗୀ। କହିଥିଲେ, କେନ୍ଦ୍ର ଯୋଜନାର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ଅଣ ବିଜେପି ଶାସିତ ରାଜ୍ୟ କେନ୍ଦ୍ରର ଜନକଲ୍ୟାଣକାରୀ ଯୋଜନାକୁ ଆପଣାଉ ନାହାନ୍ତି। ସେପଟେ ଅଭିଯୋଗର ଦେଇ ବିଜେଡିି ଯୋଗୀଙ୍କୁ ମିଛୁଆ କହିଛି।

adityanath

ବିଜେପିର ମିଶନ ୧୨୦ ପ୍ଲସ ଉପରେ ଫୋକସ କରିଥିଲେ ଯୋଗୀ ଆଦିତ୍ୟନାଥ। ଭବାନୀପାଟଣା ସମାବେଶରେ ମୋଦି ସରକାରଙ୍କ ବିକାଶ ମଡେଲକୁ ଲୋକଙ୍କ ଆଗରେ ବଖାଣିଥିଲେ। ଯୋଗୀ କହିଥିଲେ, ଗରିବ ଓ କୃଷକଙ୍କ ପାଇଁ ମୋଦି ସରକାର କାମ କରୁଛନ୍ତି। କେନ୍ଦ୍ରରେ ମୋଦି, ଓଡ଼ିଶାରେ ବିଜେପି ଡବଲ୍ ଇଞ୍ଜିନ ହେଲେ ବିକାଶ ଧାରା ଆଗେଇବ। ସେହିପରି ପୁଲଓ୍ଵାମା ହମ୍ଲାକୁ ନେଇ ଆତଙ୍କବାଦୀ ସଂଗଠନ ଓ ପାକିସ୍ତାନ ଉପରେ ବର୍ଷିଥିଲେ ଯୋଗୀ।

ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ବିଜେପି ହେଭିେଓ୍ଵଟଙ୍କ ଘନ ଘନ ଗସ୍ତ ହେଉଛି। ପ୍ରଧାନମନ୍ତ୍ରୀ, ଅମିତ ଶାହ, ରାଜନାଥ ସିଂହଙ୍କ ପରେ ଯୋଗୀ ଦୁଇ ଦୁଇଟି ସମାବେଶରେ ବିଜେପି ରାଜ୍ୟ ନେତୃତ୍ୱଙ୍କୁ ନିର୍ବାଚନ ଫଣ୍ଡା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.