Below header

ଏଥର ଆଦିବାସୀ ମେଳାରେ ମୁଖ୍ୟ ଆକର୍ଷଣ ୧୦ଟି ଜନଜାତିଙ୍କ ଘର, ଦେଖିଲେ ମନ ପୁରିଉଠିବ

ସ୍ମାର୍ଟସିଟିରେ ସୃଷ୍ଟି ହୋଇଛି ଗାଁର ପରିବେଶ । କାହିଁକି ନା ଗତକାଲିଠୁ ୟୁନିଟ୍ ୧ ଆଦିବାସୀ ପଡିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା ୨୦୨୪ । ଗୋଟିଏ ସ୍ଥାନରେ ଜମିବ ଖାଦ୍ୟପେୟ, ସଂସ୍କୃତି ଓ ଆଦିବାସୀଙ୍କ ନିତିଦିନିଆ ଚାଲିଚଳନିର ଆସର ।

ଭୁବନେଶ୍ୱର (କେନ୍ୟୁଜ):  ସ୍ମାର୍ଟସିଟିରେ ସୃଷ୍ଟି ହୋଇଛି ଗାଁର ପରିବେଶ । କାହିଁକି ନା ଗତକାଲିଠୁ ୟୁନିଟ୍ ୧ ଆଦିବାସୀ ପଡିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା ୨୦୨୪ । ଗୋଟିଏ ସ୍ଥାନରେ ଜମିବ ଖାଦ୍ୟପେୟ, ସଂସ୍କୃତି ଓ ଆଦିବାସୀଙ୍କ ନିତିଦିନିଆ ଚାଲିଚଳନିର ଆସର । ତେବେ ମେଳାରେ ଆଦିବାସୀ ଅଞ୍ଚଳର ଜିନିଷ କିଣାବିକା ସାଙ୍ଗକୁ ସନ୍ଧ୍ୟାରେ ଝୁମିବେ ସ୍ମାର୍ଟସିଟି ବାସୀ। ଚଳିତ ବର୍ଷ ଆଦିବାସୀ ମେଳା ଗତକାଲି ଠାରୁ ଆରମ୍ଭ ହୋଇ ଫେବୃଆରି ୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ବ୍ୟାପି ଚାଲିବ । ଏହି ମେଳା ପ୍ରତିଦିନ ଅପରାହ୍ନ ୨ଟା ୩୦ ରୁ ରାତି ୯ଟା ଯାଏଁ ଖୋଲାରହିବ ।

ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟା ୩୦ ରୁ ୮ ଟା ୩୦ ଯାଏଁ ଚାଲିବ। ଚଳିତ ବର୍ଷ ଆଦିବାସୀ ମେଳାରେ ବିଭିନ୍ନ ଜିଲ୍ଲାରୁ ଭିନ ଭିନ ଜନଜାତି ସମ୍ପ୍ରଦାୟର ୪୪ ଗୋଟି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଲୋକଙ୍କ ମନୋରଞ୍ଜନ କରିବେ । ଏହି ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଜାତି ଓ ଜନଜାତି ଶ୍ରେଣୀର ଲୋକ ଅଂଶଗ୍ରହଣ କରିବେ । ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଗୁଡ଼ିକ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି ନିମନ୍ତେ ଏକ ବଜାର ସୃଷ୍ଟି କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ ଜନଜାତି ବର୍ଗଙ୍କର ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଜୀବନଯାପନ ଶୈଳୀକୁ ରାଜ୍ୟ ବାସୀଙ୍କ ସହ ପରିଚିତ କରାଇବା ମଧ୍ୟ ଅନ୍ୟ ଏକ ଲକ୍ଷ୍ୟ ରହିଛି ।

mela

ଏହି ଉଦଘାଟନୀ ଅବସରରେ ମନ୍ତ୍ରୀ କହିଛନ୍ତି ଆଦିବାସୀମାନଙ୍କର ଜୀଵିକାଜନ ପାଇଁ ସେମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ , ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଭଳି ବିଭିନ୍ନ ଉତ୍ପାଦିତ ଦ୍ରବ୍ୟର ବିକ୍ରି ପାଇଁ ସ୍ୱତନ୍ତ୍ର ହାଟ ବା ବଜାର ଖୋଲିବ। ଯେଉଁଠି ୧୦ କି ୧୫ ଦିନ ନୁହେ ସବୁଦିନ ସେମାନେ ସେମାନଙ୍କର ସାମଗ୍ରୀର ପସରା ଖୋଲିପାରିବେ ବିକ୍ରୀକରିପାରିବେ । ଏନେଇ କେଉଁ ଦିନରୁ ଦାବି ହେଇଆସୁଥିବା ବେଳେ ରାଜ୍ୟ ସରକାର ଏନେଇ ଆଲୋଚନା କରୁଛନ୍ତି ନିଷ୍ପତି ଖୁବଶୀଘ୍ର ହେବା ସହ ଭୁବନେଶ୍ୱର ରେ ଚଳିତ ବର୍ଷ ଭିତରେ ଜାଗା ଚିହ୍ନଟ ହେବ। ଆଉ ସେମାନଙ୍କ ପାଇଁ ସ୍ୱତନ୍ତ ବଜାର ବ୍ୟବସ୍ତା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ପ୍ରଥମ ଥର ପାଇଁ ବହୁଭାଷୀ ଥିଏଟର ଫେଷ୍ଟିଭାଲ ଅନୁଷ୍ଠିତ ହେବ । ଯାହା ୩ ରୁ ୫ ତିନିଦିନ ଯାଇ ଚାଲିବ ବୋଲି କହିଛନ୍ତି ବିଭାଗୀୟ ସଚିବ ।ତେବେ ବିଗତବର୍ଷ ଆଦିବାସୀ ମେଳାରୁ ୫ କୋଟି ଆୟ ହୋଇଥିବା ବେଳେ ଚଳିତବର୍ଷ ଏହାଠାରୁ ଅଧିକା ବ୍ୟବସାୟ ପାଇଁ ଲକ୍ଷ୍ୟ ରଖିଛି ବିଭାଗ ବୋଲି କହିଛନ୍ତି ବିଭାଗୀୟ ସଚିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.