ଦିଲ୍ଲୀ ଶାହଦରାରେ ଥିବା ବିଲିଡିଂରେ ନିଆଁ: ୪ ମୃତ, ୨ ଗୁରୁତର

ଦିଲ୍ଲୀର ଶାହଦରା ଅଞ୍ଚଳରେ ବିଲିଡିଂରେ ନିଆଁ ଲାଗିବା ଯୋଗୁଁ ୯ ମାସର ଶିଶୁ ସମେତ ୪ ଲୋକଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀଙ୍କ ମୁତାବକ, ମୃତକଙ୍କ ପରିଚୟ ମିଳିଛି ।

ଦିଲ୍ଲୀର ଶାହଦରା ଅଞ୍ଚଳରେ ବିଲିଡିଂରେ ନିଆଁ ଲାଗିବା ଯୋଗୁଁ ୯ ମାସର ଶିଶୁ ସମେତ ୪ ଲୋକଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀଙ୍କ ମୁତାବକ, ମୃତକଙ୍କ ପରିଚୟ ମିଳିଛି ।

ଦିଲ୍ଲୀ ଫାୟାର ସର୍ଭିସର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି, ଶାହଦରା ଅଞ୍ଚଳରେ ଏକ ବିଲିଡିଂରେ ନିଆଁ ଲାଗିଥିଲା । ସନ୍ଧ୍ୟା ୫ଟା ୨୩ ମିନିଟରେ ନିଆଁ ଲାଗିଥିଲା । ଘଟଣା ସ୍ଥଳରେ ୫ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭା କାମରେ ନିୟୋଜିତ ହୋଇଛି । ରାତି ୭ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ସହାୟତା କରି ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗ ଗାଡି ଅନ୍ୟମାନଙ୍କୁ ଉଦ୍ଧାର କରିଥିଲା । ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସ ମାମଲାର ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.