Below header

ଘୋଡାରେ ଚଢି ସ୍ୱାଭିମାନ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ଦେଖିଲେ ପଞ୍ଚାୟତରାଜ ଉପ ସଚିବ

ମାଲକାନଗିରି (କେନ୍ୟୁଜ): ଘୋଡାରେ ଚଢି ସ୍ୱାଭିମାନ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ଦେଖିଲେ ପଞ୍ଚାୟତରାଜ ଉପ ସଚିବ ଶ୍ରୀ ତ୍ରିଲୋଚନ ମହାନ୍ତି ଓ ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୂୟାଁ । ତାଙ୍କ ସହ ଚିତ୍ରକୋଣ୍ଡା ବିଡ଼ିଓ ରାହୁଲ ମଣ୍ଡଳ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ଏସଡିପିଓ ଅଂଶୁମାନ ଦିବେଦୀଙ୍କ ସମେତ ବହୁ ଅଧିକାରୀ ଗସ୍ତ କରିଥିଲେ ।

ଏହା ସହ ଚିତ୍ରକୋଣ୍ଡା ନିକଟସ୍ଥ ରାଜଲକୋଣ୍ଡା ଫାର୍ମରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ । ବଡ଼ପଡ଼ା ଅଂଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହିତ କର୍ମଚାରୀଙ୍କ ସହ କଲେ ଆଲୋଚନା କରିଥିଲେ । ସ୍ୱାଭିମାନ ଦୁର୍ଗମ ଅଞ୍ଚଳରେ ବହୁ ପାଦ ଚଲା ରାସ୍ତା ଥିବାରୁ ଘୋଡାରେ ବସି ବିଭନ୍ନ କାର୍ଯ୍ୟକୁ ବୁଲି ଦେଖିଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.