Below header

ନିଲମ୍ବନ ଆଦେଶ ପ୍ରତ୍ୟାହାରକୁ ମନାକଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡ଼ୁ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିରୋଧୀଙ୍କ କକ୍ଷତ୍ୟାଗ। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡ଼ୁ ସାଂସଦଙ୍କ ନିଲମ୍ବନ ଖାରଜ କରିବାକୁ ମନା କରିବାରୁ କକ୍ଷତ୍ୟାଗ କରିଛନ୍ତି ବିରୋଧୀ ଦଳ । ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହେବା ଯାଏ, ସେମାନେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣ ଦେବେ ବୋଲି କହିଛନ୍ତି। ନିୟମ ମୁତାବକ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଏହାକୁ ନେଇ ଆଜି ଆଲୋଚନା କରନ୍ତୁ ନଚେତ କକ୍ଷତ୍ୟାଗ କରନ୍ତୁ ବୋଲି କହିଥିଲେ ଭେଙ୍କିୟା ନାଇଡ଼ୁ।

ଶୀତ ଅଧିବେଶନରେ ହଟ୍ଟଗୋଳ ପାଇଁ ୧୨ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଜାଣିଶୁଣି ଗଣ୍ଡଗୋଳ କରିବା, ବିଶୃଙ୍ଖଳିତ ଆଚରଣ ଓ ଉଦ୍ଦେଶ୍ୟମୂଳକ ଭାବେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ୧୨ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ସାଂସଦଙ୍କ ଭିତରେ ଅଛନ୍ତି ଶିବସେନାର ପ୍ରିୟଙ୍କା ଚର୍ତୁବେଦୀ ଓ ଅନୀଲ ଦେଶାଇ, ଟିଏମ୍‌ସି ଡୋଲା ସେନ୍‌ ଓ ଶାନ୍ତା ଛେତ୍ରୀ, ସିପିଏମ୍‌ର ଏଲାମରାମ କରୀମ ଓ କଂଗ୍ରେସର ୬ ଜଣ ନେତା । ତେବେ ଏହି ନିଲମ୍ବନକୁ ତୀବ୍ର ବିରୋଧ କରିଛନ୍ତି ବିରୋଧୀ ।

କେବଳ ରାଜ୍ୟସଭା ନୁହେଁ, ଲୋକସଭାରେ ମଧ୍ୟ ଆଜି ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏହି କାରଣରୁ ଗୃହକୁ ଦିନ ୨ଟା ଯାଏ ମୁଲତବୀ ଘୋଷଣା କରାଯାଇଛି।
ଆଜି ରାଜ୍ୟସଭାରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଜୋରଦାର ଦାବି ହୋଇଥିଲା। ଏହାପୂର୍ବରୁ ବିରୋଧୀ ଦଳର ସଦସ୍ୟମାନେ ବୈଠକ କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ ନିଲମ୍ବନକୁ ବେଆଇନ ବୋଲି କହିବା ସହ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଏହାକୁ ଅଗ୍ରାହ୍ୟ କରି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଖୁବ ବିରକ୍ତ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, “ଧାରା ୨୫୬ ଓ ୨୫୯ ଅନୁସାରେ ଏପରି ନିଷ୍ପତ୍ତି ନେବାର ଅଧିକାର ଗୃହର ରହିଛି। ଗତକାଲି ଯାହା ଘଟିଲା, ତା’ ଉପରେ ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଗୃହ ହିଁ କାର୍ଯ୍ୟାନୁଷ୍ଠାନ ନେଇଛି। ଆପଣ ଅଗଷ୍ଟ ୧୦ ରେକର୍ଡକୁ ଯାଆନ୍ତୁ। ଆମେ ସବୁ ସଦସ୍ୟଙ୍କ ନାଁ ନେଇଛୁ। ଆପଣ ଗୃହକୁ ବିଭ୍ରାନ୍ତ କରୁଛନ୍ତି, ଏଠାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଟେବୁଲ ବାଡ଼େଇ ହଟ୍ଟଗୋଳ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.