ଟ୍ଵିଟରର ନୂଆ ସିଇଓ ପରାଗ ଅଗ୍ରଓ୍ଵାଲ, ୧୧ ବର୍ଷ ପରେ ଟ୍ଵିଟରରେ କାମ କରିବା ପରେ ମାରିନେଲେ ବାଜି

ଟ୍ଵିଟରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (CEO) ପଦ ଛାଡ଼ିଲେ ଜ୍ୟାକ୍‌ ଡୋର୍ସି । ତାଙ୍କ ପରେ କମ୍ପାନୀ ମୁଖ୍ୟ ଟେକନିକ୍‌ ଅଧିକାରୀ ପରାଗ ଅଗ୍ରଓ୍ଵାଲ ସିଇଓ ହେବେ ବୋଲି ସୋମବାର ଟ୍ଵିଟର ପକ୍ଷରୁ ଘୋଷଣା କରାଯାଇଛି। ଟ୍ଵିଟର ସିଇଓ ପଦରୁ ଜ୍ୟାକ୍‌ ଡୋର୍ସି ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ୱିଟରର ପରବର୍ତ୍ତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ହେବେ । ଏହି ଖବର ସାମ୍ନାକୁ ଆସିବା ପରେ ପରାଗଙ୍କୁ ନେଇ ସୋସିଆଲ ମିଡିଆ ଏବଂ ଗୁଗଲରେ ଅଧିକ ସର୍ଚ୍ଚ କରାଯାଉଛି। ୨୦୧୧ରେ ଡୋର୍ସି ପରାଗଙ୍କୁ ନିଯୁକ୍ତି ଦେଇଥିଲେ।

ବୋର୍ଡ ଅଫ ଡାଇରେକ୍ଟରଙ୍କ ସର୍ବସମ୍ମିତ କ୍ରମେ ପରାଗଙ୍କୁ କମ୍ପାନୀର ସିଇଓ ଚୟନ କରାଯାଇଥିବା ନେଇ ମଧ୍ୟ ସୋସିଆଲ ମିଡିଆରେ କମ୍ପାନୀ ସୂଚନା ଦେଇଛି । ପରାଗ ଅଗ୍ରଓ୍ବାଲ ୧୦ ବର୍ଷ ହେଲା ଟ୍ବିଟ୍‌ରରେ କାର୍ଯ୍ୟ କରୁଛନ୍ତି।

ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଏକ ବାର୍ତ୍ତାରେ ଡୋର୍ସି କହିଛନ୍ତି ଯେ, କମ୍ପାନୀରେ ପ୍ରାୟ ୧୬ ବର୍ଷ ସେବା କରିବା ପରେ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ । ୨୦୦୭ ରେ ଡୋର୍ସି ଟ୍ୱିଟରର ସିଇଓ ହୋଇଥିଲେ, କିନ୍ତୁ ପରବର୍ତ୍ତୀ ବର୍ଷ ତାଙ୍କୁ ବହିଷ୍କାର କରାଯାଇଥିଲା । ସେ ୨୦୧୫ ରେ ସିଇଓ ଭୂମିକାକୁ ପୁଣି ଫେରିଥିଲେ ।

ପରାଗଙ୍କ ସହିତ ଜଡିତ କିଛି ତଥ୍ୟ:

ପରାଗ ଅଗ୍ରଓ୍ଵାଲ ଆଇଆଇଟି ବମ୍ବେରେ ଗ୍ରାଜୁଏସନ କରିଥିଲେ। ଏହାପରେ ଷ୍ଟାଣ୍ଡଫୋର୍ଡ ୟୁନିଭରସିଟିରେ କମ୍ପ୍ୟୁଟର ସାଇନ୍ସରେ ପିଏଚଡି ଡିଗ୍ରୀ କରିଛନ୍ତି ପରାଗ।

ପରାଗ ଅକ୍ଟୋବର ୨୦୧୧ରେ ଆଡ୍‌ ଇଂଜିନିୟର ଭାବେ ଟ୍ଵିଟରରେ ଯୋଗ ଦେଇଥିଲେ। କିଛି ଦିନ ପରେ ସେ କମ୍ପାନୀର ସଫେଓ୍ଵୟାର ଇଂଜିନିୟର ହୋଇଥିଲେ।

୨୦୧୭ରେ ପରାଗଙ୍କୁ ଟ୍ଵିଟରର ଚିଫ୍‌ ଟେକ୍ନଲୋଜି ଅଫିସର ଭାବେ ନିଯୁକ୍ତି ମିଳିଥିଲା।

୨୦୧୧ରେ ଟ୍ଵିଟର ଜଏନ କରିବା ପରେ ପରାଗ ଅଗ୍ରଓ୍ଵାଲAT&T, ମାଇକ୍ରୋସଫ୍ଟ ଏବଂ ୟାହୁରେ ରିସର୍ଚ୍ଚ ଇଣ୍ଟର୍ନସିପ କରିଥିଲେ।

ଟ୍ଵିଟରର ସିଇଓ ହେବା ପରେ ପରାଗ ସୁନ୍ଦର ପିଚାଇ ଏବଂ ସତ୍ୟ ନାଡେଲାଙ୍କ ସମକକ୍ଷ ହୋଇଛନ୍ତି।