କ୍ୟାନସର ନେଇଗଲା ଓଡ଼ିଆ ଯବାନ୍‌ଙ୍କ ଜୀବନ

ଗଞ୍ଜାମ (କେନ୍ୟୁଜ୍‌) : ଛତିଶଗଡ଼ରେ ଓଡ଼ିଆ ଯବାନ୍‌ଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ପଦାଦିଗି ପଂଚାୟତ ନୂଆପେଣ୍ଠ ଗାଁର ସିଆରପିଏଫ୍‌ ଯବାନ ସୁନୀଲ ନାୟକ। ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ସୁନୀଲ କର୍କଟ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ହାଇଦ୍ରାବାଦର ଏକ ହସପିଟାଲରେ ଚିକିତ୍ସା କରାଯାଉଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି l ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା ।

ସାଥି ଯବାନମାନେ ସୁନୀଲଙ୍କର ମରଶରୀରକୁ ନେଇ ଏକ ସ୍ୱତନ୍ତ୍ର ଗାଡିରେ ତାଙ୍କ ଗାଁରେ ପହଞ୍ଚି ଥିଲେ l ଜରଡ଼ା ପୋଲିସ ଓ ପ୍ରଶାସନ ଉପସ୍ଥିତ ରହି ତାଙ୍କୁ ମରୋଣୋତ୍ତର ସମ୍ମାନ ଜଣାଇ ଥିଲେ। ଏହା ପରେ ଗାଁ ପରିକ୍ରମା କରାଯାଇଥିଲା l ପରେ ରାଷ୍ଟ୍ରୀୟ ସମ୍ମାନ ସହ ସ୍ମବର୍ଗତ ସୁନୀଲଙ୍କର ଶେଷକୃତ୍ୟ କରାଯାଇଥିଲା । ତାଙ୍କ ମୃତ୍ୟୁରେ ଗ୍ରାମବାସୀ ଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସୁନୀଲ ଜଣେ ମେଳାପୀ ବ୍ୟକ୍ତି ଭାବେ ଗାଁରେ ପରିଚିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.