ଦୁଇ ଦିନ ବିରତି ପରେ ଆଜିଠାରୁ ପୁଣି ବିଧାନସଭା ବଜେଟ୍ ଅଧିବେଶନ
ଦୁଇ ଦିନ ବିରତି ପରେ ଆଜିଠାରୁ ପୁଣି ବିଧାନସଭା ବଜେଟ୍ ଅଧିବେଶନ । ପୁଣି କମ୍ପିପାରେ ଗୃହ । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ରଣନୀତି କରିଛନ୍ତି । ବଜେଟ୍ ଅଧିବେଶନ ଆରମ୍ଭରେ ନବ ଦାସ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲା । ଏହା ଉପରେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ଦୁଇ ଦିନ ବିରତି ପରେ ଆଜିଠାରୁ ପୁଣି ବିଧାନସଭା ବଜେଟ୍ ଅଧିବେଶନ । ପୁଣି କମ୍ପିପାରେ ଗୃହ । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ରଣନୀତି କରିଛନ୍ତି । ବଜେଟ୍ ଅଧିବେଶନ ଆରମ୍ଭରେ ନବ ଦାସ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲା । ଏହା ଉପରେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ ।
ବିରୋଧୀ ଆଣିଥିବା ମୋସନ୍ ଉପରେ ହୋଇଥିଲା ଆଲୋଚନା । ଆଜି ବିରୋଧୀଙ୍କ ଆଭିମୁଖ୍ୟ କଣ ରହିବ । କେଉଁ ପ୍ରସଙ୍ଗ ଉଠାଇବେ ତାଉପରେ ସମସ୍ତଙ୍କର ନଜର ରହିଛି । ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ବିରୋଧୀ ଦଳ ଯେତେ ପ୍ରସଙ୍ଗ ଆଣିଛନ୍ତି ତାକୁ ଶାସକ ଦଳ ଗ୍ରହଣ କରି ଆଲୋଚନା କରିଛନ୍ତି । ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ । ବଜେଟ୍ ଆଲୋଚନା ଭିତରେ ଅନେକ ପ୍ରସଙ୍ଗ ଆସିବ