Below header

କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ : ୨୪ ଦିନ ପରେ ଆଫ୍ରିକାରୁ ଫେରିଲା ଓଡ଼ିଆ ଶ୍ରମିକ ଦିବାକରଙ୍କର ମରଶରୀର

ଗାଁକୁ ଫେରିଛି ପୁଅ ହେଲେ ତା ଦେହରେ କିନ୍ତୁ ଆଉ ଜୀବନ ନାହିଁ । ଦୀର୍ଘ ୨୩ଦିନ ପରେ ଆଫ୍ରିକାରୁ ଫେରିଛି ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର ।

ଆଳି(କେନ୍ୟୁଜ): ଆଖିର ଲୁହ ବୋଲମାନୁନି । କାନ୍ଦ ବୋବାଳିରେ ଫାଟିପଡୁଛି ସାରା ପରିବେଶ । ଧର୍ଯ୍ୟହରା ପରିବାର ଲୋକେ । ତୁହାକୁ ତୁହା ଚେତାବୁଡି ଯାଉଛି ମା’ର। ଆଉ ଏପଟେ ନିଜ ଭେଣ୍ଡିଆ ପୁଅକୁ ହରାଇ ବାପାର ଛାତି ଫାଟିପଡୁଛି। ସାନ ଭଉଣୀଟି ନିଜ ନିଜ ଗେହ୍ଲା ଭାଇକୁ ହରାଇ ମ୍ରିୟମାଣ ହୋଇପଡିଛି । ଏ ବୟସରେ ଏଇ ବୁଢା ବାପାମାଙ୍କୁ ଏତେ ବଡ ଦୁଃଖ ଦେଲା ଦଇବ ଯାହା ସହିବା ଅସମ୍ଭବ । ପୁଅକୁ ପାଠ ପଢାଇ ବଡ ମଣିଷ କଲେ। ପରିବାର ପ୍ରତିପୋଷଣ ପାଇଁ ପୁଅ ଗଲା ରୋଜଗାର କରିବା ପାଇଁ ସୂଦୁର ଆଫ୍ରିକା । ହେଲେ ଏବେ ଗାଁକୁ ଫେରିଛି ପୁଅ ହେଲେ ତା ଦେହରେ କିନ୍ତୁ ଆଉ ଜୀବନ ନାହିଁ । ଦୀର୍ଘ ୨୩ଦିନ ପରେ ଆଫ୍ରିକାରୁ ଫେରିଛି ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର ।

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁର ଦିବାକର ଜେନାଙ୍କ ମୃତ ଶରୀର ଗତକାଲି ଘରକୁ ଫେରିଥିଲା । ମୃତ ଶରୀର ଘରେ ପହଁଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗତ ୮ମାସ ତଳେ ପାଣି ପାଇପ ମିସ୍ତ୍ରୀଭାବେ କାମ କରିବା ପାଇଁ ଏକ ଏଜେଣ୍ଟ ଜରିଆରେ ଆଫ୍ରିକାର କଙ୍ଗୋ ଯାଇଥିଲେ ଦିବାକର।ହେଲେ ଗତ ଡିସେମ୍ବର ୧୫ତାରିଖ ଦିନ ସେଠାରେ ଦିବାକରଙ୍କର ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ମୃତଦେହ ଘରକୁ ଫେରି ପାରୁନଥିଲେ। ଏନେଇ ପରିବାର ଲୋକେ ଦିବାକରଙ୍କ ଶରୀର ଫେରାଇ ଆଣିବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ। ଏନେଇ ସରକାର ସେଠାକାର ଆମ୍ବାସିଙ୍କୁ ଯୋଗାଯୋଗ ପରେ ଶେଷରେ ମୃତଦେହ ଫେରିବା ପାଇଁ ପକ୍ରିୟା ଆରମ୍ଭ ହୋଇଥିଲା । ତେବେ ଶେଷରେ ୨୪ ଦିନ ଦିବାକରଙ୍କ ମର ଶରୀର ଆସି ପହଁଚିଥିଲା ଗାଁରେ ।

maa

ଏପଟେ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି ଦିବାକରଙ୍କ ମୃତ୍ୟୁକୁ । ଏମିତି କି ଆଫ୍ରିକାରୁ ଆସିଥିବା ମର ଶରୀର ଦିବାକରଙ୍କର ନୁହେଁ ବୋଲି ପରିବାର ଲୋକେ ଦାବି କରୁଛନ୍ତି । ତେବେ ପ୍ରକୃତ ସତ୍ୟାସତ୍ୟ କଣ ତାହାତ ସମୟ କହିବ । ଏସବୁ ପରେ ବି ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ । କେମିତି ହେଲା ଦିବାକରଙ୍କ ମୃତ୍ୟୁ? ମୃତଶରୀର ଆସିବାକୁ କାହିଁକି ଲାଗିଲା ଏତେ ଦିନ? ଏଭଳି ଅନେକ ପ୍ରଶ୍ନ । ଯାହାର ଉତ୍ତର ଏଯାଏ ମିଳିପାରିନାହିଁ । ଏମିତି କି ଦିବାକର କାମ କରୁଥିବା କମ୍ପାନୀ ତାଙ୍କ ମୃତଦେହ ଛାଡୁନଥିବା ମଧ୍ୟ ପୂର୍ବରୁ ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ଦିବାକରଙ୍କ ପରିବାରକୁ ଏହି ଘଟଣାରେ ନ୍ୟାୟ କେବେ ମଳୁଛି ଦେଖିବାକୁ ବାକି ରହିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.