Below header

ଦିଲ୍ଲୀ ପୋଲିସର ୨ ଜଣ ଇନ୍ସପେକ୍ଟରଙ୍କୁ ଚାପିଦେଲା ଟ୍ରକ, ଉଭୟ ମୃତ

ହରିୟାଣା ସୋନିପତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦିଲ୍ଲୀ ପୋଲିସର ୨ ଜଣ ଇନ୍ସପେକ୍ଟରଙ୍କ ଜୀବନ । ତେଣୁ ରାତିରେ ଦୁର୍ଘଟଣାର କାରଣ କୁହୁଡି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଏହି ଘଟଣାର ଯାଞ୍ଚ କରୁଛି ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦିଲ୍ଲୀ ପୋଲିସର ୨ ଜଣ ଇନ୍ସପେକ୍ଟରଙ୍କ ଜୀବନ । ହରିୟାଣା ସୋନିପତରେ ଦୁର୍ଘଟଣାରେ ଘଟଣା ସ୍ଥଳରେ ଦୁହେଁ ଆଖି ବୁଝିଥିଲେ । ନର୍ଥ ୱେଷ୍ଟ ଡିଷ୍ଟ୍ରିକ ସ୍ପେଶାଲ ଷ୍ଟାଫ ଭାବେ ନିୟୋଜିତ ଥିବା ଦିନେଶ ବେନିଓ୍ଵାଲ ଏବଂ ଆଦର୍ଶ ନଗର ଥାନା ଇନ୍ସପେକ୍ଟର ରଣବୀର । ଟ୍ରକଟି ପୋଲିସ କର୍ମୀଙ୍କ କାର୍‌କୁ ଧକ୍କା ଦେଇଥିଲା ।

ଖବର ମୁତାବକ, ଗତ ରାତିରେ ଉଭୟ ଇନ୍ସପେକ୍ଟରଙ୍କ ସମେତ ୪ ଜଣ ଏକ କାର୍‌ ରେ ଯାଉଥିଲେ । ମାତ୍ର ଗାଡ଼ିଟି ସୋନିପତର କୁଣ୍ଡଳୀ ବର୍ଡର ନିକଟରେ ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, ଘଟଣାସ୍ଥଳରେ ପୋଲିସ ଗାଡ଼ି ଚୁରମାର ହୋଇ ଯାଇଥିଲା । ଫଳରେ ଇନ୍ସପେକ୍ଟର ଦୁହେଁ ଗାଡିରେ ଫସି ରହିଥିଲେ ।

ଏଥିସହ ଘଟଣାସ୍ଥଳରେ ହିଁ ଦୁଇ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇ ଯାଇଥିଲା । ରାତି ୧୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ଅନ୍ୟ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ତେବେ ଦିଲ୍ଲୀ-ଏନସିଆରରେ ପ୍ରବଳ ଶୀତ ଏବଂ କୁହୁଡି ଯୋଗୁଁ ଭିଜିବିଲିଟି ବହୁତ କମ୍‌ ରହିଛି । ତେଣୁ ରାତିରେ ଦୁର୍ଘଟଣାର କାରଣ କୁହୁଡି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ହେଲେ ଏପର୍ଯ୍ୟନ୍ତ କିଛି ଅଫିସିଆଲ ଷ୍ଟେଟମେଣ୍ଟ ଆସିନାହିଁ । ପୋଲିସ ଏହି ଘଟଣାର ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.