ଲଞ୍ଚ ହେବ Motorolaର ନୂଆ 5G ସ୍ମାର୍ଟଫୋନ୍, ଜାଣନ୍ତୁ ଫିଚର୍ସ

କମ୍ପାନୀ ଭାରତୀୟ ଗ୍ରାହକଙ୍କ ପାଇଁ ଲିଗନ୍‌ ୱେଦର ଡିଜାଇନ୍ ର Motorola G34 5G ଲଞ୍ଚ କରିବ । ଏହି Motorola G34 5G ଫୋନ୍ ଆଜି ମଧ୍ୟାହ୍ନ ୧୨ ଟାରେ ଲଞ୍ଚ ହେଉଛି ।

Motorola ଆଜି ଗ୍ରାହକଙ୍କ ପାଇଁ ଏକ ନୂଆ 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଭାରତୀୟ ଗ୍ରାହକଙ୍କ ପାଇଁ ଲିଗନ୍‌ ୱେଦର ଡିଜାଇନ୍ ର Motorola G34 5G ଲଞ୍ଚ କରିବ । ଏହି Motorola G34 5G ଫୋନ୍ ଆଜି ମଧ୍ୟାହ୍ନ ୧୨ ଟାରେ ଲଞ୍ଚ ହେଉଛି । ତେବେ ଲଞ୍ଚ ପୂର୍ବରୁ ମଧ୍ୟ କମ୍ପାନୀ ଏହି ନୂଆ ସ୍ମାର୍ଟଫୋନର କିଛି ଫିଚର ବିଷୟରେ ସୂଚନା ଦେଇଛି ।

ଚିପସେଟ- Motorola G34 5G ବିଷୟରେ ଦିଆଯାଇଥିବା ସୂଚନା ଅନୁଯାୟୀ କମ୍ପାନୀର ନୂଆ ଡିଭାଇସ୍ ସେଗମେଣ୍ଟରେ ଫାଷ୍ଟେଷ୍ଟ 5G ପର୍ଫମାନ୍ସ ଫୋନ୍ ହେବ । କମ୍ପାନୀର ଏହି ଫୋନ୍ ସ୍ନାପଡ୍ରାଗନ୍ 695 ପ୍ରୋସେସର ସହିତ ଏଣ୍ଟ୍ରି ନେବାକୁ ଯାଉଛି ।

ଡିସପ୍ଲେ ଏବଂ ଡିଜାଇନ୍- Motorolaର ନୂଆ ଫୋନ୍ Motorola G34 5G ଏକ ପ୍ରିମିୟମ୍ ଡିଜାଇନ୍ ସହିତ ଆସିବ । କମ୍ପାନୀ ଏହି ଫୋନକୁ ୬.୫ ଇଞ୍ଚ ଡିସପ୍ଲେ ଏବଂ ୧୨୦Hz ରିଫ୍ରେସ୍‌ ରେଟ୍‌ ସହିତ ଆଣିିବ ।

RAM ଏବଂ ଷ୍ଟୋରେଜ୍- ୪ GB / ୮ GB RAM ଏବଂ ୧୨୮ GB ଷ୍ଟୋରେଜ୍ ଅପ୍ସନରେ Motorola G34 5G ଫୋନ୍ ଲଞ୍ଚ କରିବାକୁ ଯାଉଛି ।

କ୍ୟାମେରା- କମ୍ପାନୀ ୫୦ MP କ୍ୱାଡ ପିକ୍ସେଲ କ୍ୟାମେରା ସହିତ Motorola G34 5G ଫୋନ ଲଞ୍ଚ କରିବାକୁ ଯାଉଛି । ଫୋନରେ ୧୬ MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।

ବ୍ୟାଟେରୀ- Motorola G34 5G ଫୋନ୍ ଟର୍ବୋ ପାୱାର ଚାର୍ଜିଂ ସହିତ ଆସିବ । ଏହି ଫୋନ୍ ୫୦୦୦ mAh ର ଏକ ବଡ ବ୍ୟାଟେରୀ ସହିତ ଲ୍ୟାସ୍‌ କରାଯାଇଛି ।

ସାଉଣ୍ଡ- ଭଲ ସାଉଣ୍ଡ ପର୍ଫମାନ୍ସ ପାଇଁ ଏହି ଡିଭାଇସ୍ ଡଲବି ଆଟମୋସ୍ ସହିତ ଲ୍ୟାସ୍‌ କରାଯାଇଛି ।

କମ୍ପାନୀର ଅଫିସିଆଲ ୱେବସାଇଟରୁ ଏହି ଫୋନକୁ କିଣାଯାଇ ପାରିବ । ଏହା ବ୍ୟତୀତ ଅନଲାଇନ୍‌ ଶପିଂ ପ୍ଲାଟଫର୍ମ ଫ୍ଲିପ୍‌କାର୍ଟରୁ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.