ପ୍ରଖ୍ୟାତ ଫୁଟବଲ ଖେଳାଳି ଫ୍ରାନଜ ବେକେନବାଓରଙ୍କ ପରଲୋକ, ଜର୍ମାନୀକୁ ୨ଥର କରିଥିଲେ ବିଶ୍ୱବିଜେତା

ଜର୍ମାନୀ ଫୁଟବଲର ଏବଂ କୋଚ ଫ୍ରାନଜ୍‌ ବେକେନବାଓର ଦୁନିଆକୁ ଅଲବିଦା କହିଛନ୍ତି । ୭୮ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ୱେଷ୍ଟ ଜର୍ମାନୀ ପାଇଁ ୧୦୪ଟି ମ୍ୟାଚ ଖେଳିଛନ୍ତି । ସେ ୧୯୭୪ରେ ବିଶ୍ୱକପ ଟାଇଟଲ ମଧ୍ୟ ଜିତିଥିଲେ । ଏହାର ୧୬ ବର୍ଷ ପରେ ଇଟାଲୀ ଟିମରେ ମ୍ୟାନେଜର ରହି ବିଶ୍ୱକପ ଜିତିଥିଲେ ।

ମାରୟୋ ଜଗାଲୋ ପରେ ଜର୍ମାନୀ ଫୁଟବଲର ଏବଂ କୋଚ ଫ୍ରାନଜ୍‌ ବେକେନବାଓର ଦୁନିଆକୁ ଅଲବିଦା କହିଛନ୍ତି । ୭୮ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରିବାର ପକ୍ଷରୁ ନିଧନ ହୋଇଥିବା ଖବର ପୃଷ୍ଟି କରାଯାଇଛି । ରବିବାର ଦିନ ନିଜ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି ।

ଫ୍ରାନଜଙ୍କୁ ତାଙ୍କ ଖେଳ ଶୈଳି ଏବଂ ଅଧିନାୟକ କ୍ଷମତା ଯୋଗୁଁ ତାଙ୍କୁ ‘Der Kaiser’ ନାମରେ ଡକାଯାଉଥିଲା । ଏହା ଜର୍ମାନୀ ଭାଷା । ଏହାର ଅର୍ଥ ସମ୍ରାଟ । ସେ ଟିମରେ ସ୍ୱିପର ଭୂମିକାରେ ଖେଳୁଥିଲେ । ଏହା ପରେ ଜଣେ ମ୍ୟାନେଜର ତଥା ଆଡମିନିଷ୍ଟ୍ରେଟର ଭାବେ ପ୍ରସିଦ୍ଧ ହୋଇଥିଲେ ।

ଜର୍ମାନ ଫୁଟବଲ ଟିମରେ ତାଙ୍କୁ ସବୁବେଳେ ଆଦର୍ଶ ବୋଲି ମନେ ରଖାଯିବ । ସେ ୱେଷ୍ଟ ଜର୍ମାନୀ ପାଇଁ ୧୦୪ଟି ମ୍ୟାଚ ଖେଳିଛନ୍ତି । ସେ ୧୯୭୪ରେ ବିଶ୍ୱକପ ଟାଇଟଲ ମଧ୍ୟ ଜିତିଥିଲେ । ଏହାର ୧୬ ବର୍ଷ ପରେ ଇଟାଲୀ ଟିମରେ ମ୍ୟାନେଜର ରହି ବିଶ୍ୱକପ ଜିତିଥିଲେ ।

ତାଙ୍କ ନାମରେ ଅନେକ ବଡ ରେକର୍ଡ ରହିଛି । ୧୯୬୪ରେ ଜର୍ମାନୀ ରିଜନଲିଗାରେ ଦ୍ୱିତୀୟ ଡିଭିଜନରେ ଡେବ୍ୟୁ କରିଥିଲେ । ଏହାପରେ ବୟର୍ନ ମ୍ୟୁନିଖ ପାଇଁ ୫୮୪ ମ୍ୟାଚ୍‌ ଖେଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.