ମୃତକ ପରିବାର ଏବଂ ଆତହଙ୍କୁ ଭେଟିଲେ ୟଶ, ‘ଏଥିପାଇଁ ଜନ୍ମଦିନ ପାଳନ କରେନାହିଁ’

ୟଶ ମିଡିଆକୁ କହିଛନ୍ତି, ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହା କେବେ ବି ଆଶା କରାଯାଉନଥିଲା । ମୋ ପ୍ରଶଂସକଙ୍କ ନିଜ ପରିବାର ପ୍ରତି ଯତ୍ନବାନ ହେବା ଜରୁରୀ । ଏଥିପାଇଁ ମୁଁ ନିଜ ଜନ୍ମଦିନ ପାଳନ କରିବାକୁ ଚାହୁଁନାହିଁ ।

କନ୍ନଡ ସୁପରଷ୍ଟାର ୟଶଙ୍କ ୩୮ ତମ ଜନ୍ମଦିନରେ ବିଦ୍ୟୁତ ଖୁଣ୍ଟରେ ଚଢି ବ୍ୟାନର ଲଗାଉଥିବା ବେଳେ ୩ ଜଣ ଫ୍ୟାନ୍ସଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣାରେ ୩ ଜଣ ମଧ୍ୟ ଗୁରୁତର ହୋଇଛନ୍ତି । ଏହି ଖବର ୟଶ ପାଇବା ପରେ ନିଜର ଜନ୍ମଦିନ ପାଳନ ନ କରି ମୃତକଙ୍କ ପରିବାରକୁ ସାକ୍ଷାତ କରିବା ପାଇଁ କର୍ଣ୍ଣାଟକର ହୁବଲି ଯାଇଥିଲେ ।

ୟଶ ମୃତକଙ୍କ ପରିବାର ଏବଂ ଆହତଙ୍କୁ ଭେଟିବା ପାଇଁ ସେମାନଙ୍କ ଘରେ ପହଞ୍ଚିଛନ୍ତି । ୟଶ ସେମାନଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି । ସେମାନଙ୍କୁ ଦେଖା କରିବା ପରେ ୟଶ ମିଡିଆକୁ କହିଛନ୍ତି, ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହା କେବେ ବି ଆଶା କରାଯାଉନଥିଲା । ମୋ ପ୍ରଶଂସକଙ୍କ ନିଜ ପରିବାର ପ୍ରତି ଯତ୍ନବାନ ହେବା ଜରୁରୀ । ଏଥିପାଇଁ ମୁଁ ନିଜ ଜନ୍ମଦିନ ପାଳନ କରିବାକୁ ଚାହୁଁନାହିଁ ।

ସୂଚନାଯୋଗ୍ୟ, ୟଶଙ୍କ ଆଗାମୀ ଫିଲ୍ମ ‘ଟକ୍ସିକ’ରେ ନଜର ଆସିବେ । ଏହି ଫିଲ୍ମଟି ଆସନ୍ତା ୨୦୨୫ ଏପ୍ରିଲରେ ରିଲିଜ ହେବ ।

ସେ ୨୦୦୭ ରେ ‘ଜାମ୍ବଦା ହୁଡୁଗି’ ସହିତ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ ‘ରକି’ (୨୦୦୮), ‘ଗୁଗଲି’ (୨୦୧୩) ଏବଂ ‘ମିଷ୍ଟର ଆଣ୍ଡ ମିସେସ ରାମଚାରି’ (୨୦୧୪) ରେ ଅଭିନୟ କରି ବହୁ ଲୋକପ୍ରିୟତା ହାସଲ କରିଥିଲେ । ବ୍ଲକବଷ୍ଟର କେଜିଏଫ୍ ସିରିଜରେ ରକି ଭୋଇଙ୍କ ଚରିତ୍ର ତାଙ୍କୁ ଦେଶ ତଥା ବିଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିଥିଲା ​​।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.