ବଣାଇରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟ କଲେ ଧାନ ଫସଲ

ଗାଁରେ ପଶିଲେ ଦନ୍ତା। ଭାଙ୍ଗିଲେ ଘର, ଖାଇଗଲେ ଧାନ ଓ ଚାଉଳ। ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜରେ ଦୁଇଟି ଦନ୍ତା ହାତୀ କିଛି ଦିନ ହେବ ଉତ୍ପାତ ଚଳାଇଛନ୍ତି । ଗତକାଲି ଜକେଇକଳା ଗାଁରେ ପଶି ଦନ୍ତା ଦୁଇଟି ଘର ଭାଙ୍ଗିଥିଲେ। ଏହାକୁ ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇ ରେଞ୍ଜରଙ୍କୁ ଅଟକ ରଖିଥିଲେ।

ବଣାଇ (କେନ୍ୟୁଜ): ଗାଁରେ ପଶିଲେ ଦନ୍ତା। ଭାଙ୍ଗିଲେ ଘର, ଖାଇଗଲେ ଧାନ ଓ ଚାଉଳ। ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜରେ ଦୁଇଟି ଦନ୍ତା ହାତୀ କିଛି ଦିନ ହେବ ଉତ୍ପାତ ଚଳାଇଛନ୍ତି । ଗତକାଲି ଜକେଇକଳା ଗାଁରେ ପଶି ଦନ୍ତା ଦୁଇଟି ଘର ଭାଙ୍ଗିଥିଲେ। ଏହାକୁ ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇ ରେଞ୍ଜରଙ୍କୁ ଅଟକ ରଖିଥିଲେ।

ଆଜି ପୁଣି ତଳିତା ଗାଁରେ ପଶି ଘର ଭାଙ୍ଗିଛନ୍ତି । ଗତ କିଛି ଦିନ ହେବେ ଏହି ଦୁଇଟି ଦନ୍ତା ତଳିତା, ଜକେଇକଳା, ବଡପୋଷ, ଗୋଗୁଆ, ଭାଙ୍ଗଡ଼ିହି ଓ ବାଘାପାଲି ଗାଁରେ ଉପଦ୍ରବ ଚଳାଇଛନ୍ତି । ଫଳରେ ଲୋକମାନେ ଆତଙ୍କିତ ହୋଇ ରହିଛନ୍ତି  । ଦନ୍ତା ଦୁଇଟିଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଛନ୍ତି । ଏମାନେ ଦିନବେଳା ଜଙ୍ଗଲରେ ଲୁଚି ରହୁଥିବାବେଳେ ରାତିରେ ଗାଁରେ ପଶି ଭଙ୍ଗାରୁଜା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.