Below header

ସରକାରୀ ବାବୁଙ୍କ ଘରୁ ଲୁଟ: ଶୋଇଥିବା ବେଳେ ପୋଛି ନେଇଗଲେ ଲକ୍ଷଧିକ ଟଙ୍କାର ସୁନା ଗହଣା

ରାଜଧାନୀରେ ଥମୁନି ଲୁଟେରା ଆତଙ୍କ। ସ୍ବାମୀ ସ୍ତ୍ରୀ ଶୋଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ । ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଅଞ୍ଚଳରେ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି ଦୁବୃର୍ତ୍ତ ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଥମୁନି ଲୁଟେରା ଆତଙ୍କ। ସ୍ବାମୀ ସ୍ତ୍ରୀ ଶୋଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ । ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଅଞ୍ଚଳରେ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି ଦୁବୃର୍ତ୍ତ।

ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଲୁଟ୍ ହୋଇଛି । ଘରେ ଶୋଇଥିବା ବେଳେ ଭୋର ୫ଟା ସମୟରେ କଳାକନା ବୁଲାଇଛନ୍ତି ଦୁବୃର୍ତ୍ତ । ଘରୁ ପ୍ରାୟ ନଗଦ ଦେଢ ଲକ୍ଷ ଟଙ୍କା ସହ ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.