ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ ହ୍ୱାଇଟ ହାଉସ ଗେଟ୍‌କୁ ପିଟିଲା କାର, ଡ୍ରାଇଭର ଗିରଫ

ହ୍ୱାଇଟ ହାଉସ ସୁରକ୍ଷାରେ ବଡ ତ୍ରୁଟି । ଭାରସାମ୍ୟ ହରାଇ ଏକ କାର୍ ହ୍ୱାଇଟ ହାଉସର ଫାଟକକୁ ଧକ୍କା ଦେଇଛି । ସ୍ଥାନୀୟ ସମୟ ସନ୍ଧ୍ୟା ୬ଟାରେ ଏଭଳି ଘଟଣା ଘଟିଛି । କାର୍‌ ଡ୍ରାଇଭରକୁ ପୋଲିସ ଗିରଫ କରିଛି ।

ଆମେରିକାର ରାଷ୍ଟ୍ରପତି ବାସଭବନ ହ୍ୱାଇଟ ହାଉସ ସୁରକ୍ଷାରେ ବଡ ତ୍ରୁଟି । ଭାରସାମ୍ୟ ହରାଇ ଏକ କାର୍ ହ୍ୱାଇଟ ହାଉସର ଫାଟକକୁ ଧକ୍କା ଦେଇଛି । ହ୍ୱାଇଟ ହାଉସର ବାହାର ଫାଟକରେ ଏହି କାରଟି ପିଟି ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ସମୟ ସନ୍ଧ୍ୟା ୬ଟାରେ ଏଭଳି ଘଟଣା ଘଟିଛି । କାର୍‌ ଡ୍ରାଇଭରକୁ ପୋଲିସ ଗିରଫ କରିଛି ।

ଦୁର୍ଘଟଣା ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ୱାଇଟ ହାଉସରେ ନଥିବା ଜାଣିବାକୁ ମିଳିଛି । ଏହି ଦୁର୍ଘଟଣାକୁ ନେଇ ଆମେରିକାର ସିକ୍ରେଟ ସର୍ଭିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଛି । ସିକ୍ରେଟ ସର୍ଭିସର ଚିଫ୍‌ ଅଫ୍‌ କମ୍ୟୁନିକେସନ୍ସ ଆନ୍ଥେନୀ ଗୁଗ୍ଲିମୀ ବୟାନରେ କହିଛନ୍ତି, ସନ୍ଧ୍ୟା ୬ଟା ସମୟରେ ହ୍ଵାଇଟ ହାଉସର ବାହାର ଗେଟରେ ଏକ କାର୍‌ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା କାହିଁକି, କେମିତି ହେଲା ତାହାର ଯାଞ୍ଚ ଚାଲିଛି ।

ଏହି ଘଟଣା ପରେ ହ୍ଵାଇଟ ହାଉସ ପାଖରେ ଥିବା ୧୫ ଷ୍ଟ୍ରିଟ୍‌ ଏବଂ ପେସିଲବୋନିୟା ଆଭେନ୍ୟୁ ପାଖରେ ଯାତାୟତ ଉପରେ ପ୍ରତିବନ୍ଧକ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.