ଆୟକର ବିଭାଗରେ ବମ୍ପର ନିଯୁକ୍ତି, ଦରମା ମାସକୁ ପାଖାପାଖି ଦେଢ ଲକ୍ଷ ଟଙ୍କା

ଆୟକର ବିଭାଗରେ ଚାକିରି ପାଇଁ ନୋଟିଫିକେସନ ଜାରି ହୋଇଛି । ମୁମ୍ବାଇ ରିଜନ ପାଇଁ ଏହି ଭର୍ତ୍ତି ହେବ । ଏଥିପାଇଁ ସ୍ପୋଟର୍ସ କୋଟା ଅଧିନରେ ଇନ୍ସପେକ୍ଟର, ଷ୍ଟେନୋଗ୍ରାଫର, ଟ୍ୟାକ୍ସ ଆସିଷ୍ଟାଣ୍ଟ ସହିତ ଅନେକ ପଦବୀରେ ଭର୍ତ୍ତି କରାଯିବ ।

ସରକାରୀ ଚାକିର ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଆୟକର ବିଭାଗରେ ଚାକିରି ପାଇଁ ନୋଟିଫିକେସନ ଜାରି ହୋଇଛି । ମୁମ୍ବାଇ ରିଜନ ପାଇଁ ଏହି ଭର୍ତ୍ତି ହେବ । ଏଥିପାଇଁ ସ୍ପୋଟର୍ସ କୋଟା ଅଧିନରେ ଇନ୍ସପେକ୍ଟର, ଷ୍ଟେନୋଗ୍ରାଫର, ଟ୍ୟାକ୍ସ ଆସିଷ୍ଟାଣ୍ଟ ସହିତ ଅନେକ ପଦବୀରେ ଭର୍ତ୍ତି କରାଯିବ । ଏହି ଭର୍ତ୍ତି ପାଇଁ ଅଫିସିଆଲ ୱେବସାଇଟ incometaxmumbai.gov.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି ।

ପଦବୀ ବିବରଣୀ : ୨୯୧

ଟ୍ୟାକ୍ସ ଆସିଷ୍ଟାଣ୍ଟ : ୧୧୯
ମଲ୍ଟି ଟାକ୍ସି ଷ୍ଟାଫ : ୧୩୭
ଷ୍ଟେନୋଗ୍ରାଫର ଗ୍ରେଡ ୨ : ୧୮
ଇନ୍ସପେକ୍ଟର ଅଫ୍‌ ଇନକମ ଟାକ୍ସ : ୧୪
କ୍ୟାଣ୍ଟିନ ଆଟେଣ୍ଡାଣ୍ଟ : ୩

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୯ ଜାନୁଆରୀ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ଦ୍ୱାଦଶ ପାସ୍‌ କିମ୍ବା ଗ୍ରାଜୁଏସନ କରିଥିବା ଜରୁରୀ । ଏହାସହିତ ସ୍ପୋଟର୍ସ କୋଟା ନିର୍ଦ୍ଧାରିତ ଯୋଗ୍ୟତା ହାସଲ କରିପାରିବେ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ଅତିକମରେ ୧୮ ବର୍ଷ ହେବା ଜରୁରୀ । ସେହିପରି ସର୍ବାଧିକ ବୟସର ୨୫/୨୭/୩୦ ବର୍ଷ ହେବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ଛାଡ୍‌ ମିଳିବ ।

ଦରମା : ଇଚ୍ଛୁକ ପ୍ରାର୍ଥୀଙ୍କୁ ମାସିକ ୧୮ ହଜାରରୁ ୧ ଲକ୍ଷ ୪୨ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୨୦୦ ଟଙ୍କା ଦେବାକୁ ହେବ । ପ୍ରାର୍ଥୀ ଅନଲାଇନ ମୋଡରେ ଆବେଦନ କରିପାରିବେ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.