Below header

ଟ୍ରେନ ଟ୍ରାଜେଡିର ୫ ମାସ ପରେ ଡବା ହଟାଇବାକୁ ପ୍ରକ୍ରିୟା ଆରମ୍ଭ, ପଶ୍ଚିମବଙ୍ଗର ମୋହିତ ଷ୍ଟିଲ କମ୍ପାନୀ ୩କୋଟି ୮୨ ଲକ୍ଷ ଟଙ୍କାରେ ଟେଣ୍ଡର ନେଇଛି

ଦୁର୍ଘଟଣାଗ୍ରସ୍ତ ଭଙ୍ଗା ବଗି ଗୁଡ଼ିକ ବିଲ କାଦୁଅରେ ପଡ଼ିଛି l ଏହାକୁ ହଟାଇବାକୁ ମାସାଧିକ ସମୟ ଲାଗିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି । ଗତ ଜୁନ ୨ ତାରିଖ ସଂଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା ହୋଇଥିଲା ।

ସୋର(କେନ୍ୟୁଜ୍): ବାହନଗା ଟ୍ରେନ ଟ୍ରାଜେଡିର ୫ ମାସ ପରେ ଦୁର୍ଘଟଣାଗ୍ରସ୍ତ ଟ୍ରେନର ଡବା ହଟାଇବାକୁ ପ୍ରକ୍ରିୟା ଆରମ୍ଭ । ଏଥିପାଇଁ ପଶ୍ଚିମବଙ୍ଗର ମୋହିତ ଷ୍ଟିଲ କମ୍ପାନୀ ୩କୋଟି ୮୨ ଲକ୍ଷ ଟଙ୍କାରେ ଟେଣ୍ଡର ନେଇଛି । ଏହି କଂପାନୀ ପକ୍ଷରୁ ଡବାଗୁଡ଼ିକୁ କାଟିବା କାମ ଆରମ୍ଭ ହୋଇଛି । ଦୁର୍ଘଟଣାଗ୍ରସ୍ତ ଭଙ୍ଗା ବଗି ଗୁଡ଼ିକ ବିଲ କାଦୁଅରେ ପଡ଼ିଛି l ଏହାକୁ ହଟାଇବାକୁ ମାସାଧିକ ସମୟ ଲାଗିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି । ଗତ ଜୁନ ୨ ତାରିଖ ସଂଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା ହୋଇଥିଲା ।

କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ, ଯଶବନ୍ତପୁର-ସାଲିମାର ଏକ୍ସପ୍ରେସ ସହିତ ଅଟକି ରହିଥିବା ମାଲଗାଡ଼ି ଧକ୍କାରେ ୨୯୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ହଜାରରେ ଅଧିକ ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ବଗି ଗୁଡ଼ିକୁ ରେଳବାଇ କର୍ତ୍ତୃପକ୍ଷ ଜରି ଘୋଡ଼ାଇ ରଖିଥିଲେ । ଦୁର୍ଘଟଣାସ୍ଥଳରେ ବଗି ଗୁଡ଼ିକ ପଡ଼ି ରହିଥିବାରୁ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀମାନେ ସେହିବାଟେ ଯାତାୟାତ ବେଳେ ଭୟଭୀତ ହେଉଛନ୍ତି । ଏବେ ଟେଣ୍ଡର ଧରିଥିବା ମୋହିତ ଷ୍ଟିଲ କଂପାନୀ ପକ୍ଷରୁ ଗ୍ୟାସ କଟରରେ ଡବାଗୁଡ଼ିକୁ କାଟି ପଶ୍ଟିମବଙ୍ଗ ପଠାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.