ମହିଳାଙ୍କୁ ବଞ୍ଚାଉଛି ବ୍ୟାଟେରୀ, ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ କରିଛନ୍ତି ଅପେକ୍ଷା

ଆମେରିକାର ମାସାଚୁସେଟ୍ସର ୩୦ ବର୍ଷିୟ ସୋଫିଆ ହାର୍ଟ ସମ୍ବନ୍ଧୀୟ ଏକ ବିରଳ ଜେନେଟିକ୍ ହୃଦଘାତରେ ପିଡ଼ିତ । ଏହି କାରଣରୁ ତାଙ୍କର କୌଣସି ପଲ୍ସ ନାହିଁ । ତେଣୁ ସେ କହିଛନ୍ତି ଯେ ସେ କେବଳ ବ୍ୟାଟେରୀରେ ଜୀବିତ ଅଛନ୍ତି ।

ଆମେ ନିଜ ଆଖପାଖ ଅଞ୍ଚଳକୁ ଯଦି ଲକ୍ଷ୍ୟ କରିବା ତେବେ ଅନେକ ଲୋକ ଭିନ୍ନ ଭିନ୍ନ ରୋଗରେ ପିଡ଼ିତ ଥିବା ଦେଖି ପାରିବା, କିନ୍ତୁ ସେମାନେ ଖୁସି ଖୁସିରେ ନିଜ ଜୀବନକୁ ଉପଭୋଗ କରୁଛନ୍ତି । ଅନେକ ସମୟରେ ଆମେ ମଧ୍ୟ ଆମ ସ୍ୱାସ୍ଥ୍ୟର ଯତ୍ନ ନେଇ ନଥାଉ । କିନ୍ତୁ ଆମ ଶରୀରର ମୂଲ୍ୟ ଆମେ ସେତେବେଳେ ଜାଣି ପାରୁ ଯେତେବେଳେ ଆମେ କୌଣସି ରୋଗରେ ପଡ଼ିଥାଉ ।

ସମାନ ଭାବେ ଆମେରିକାରେ ରହୁଥିବା ଜଣେ ମହିଳାଙ୍କୁ ତାଙ୍କ ଶରୀର ମୂଲ୍ୟ ସେତେବେଳେ ଜଣା ପଡ଼ିଲା ଯେତେବେଳେ ତାଙ୍କ ଶରୀରର ଏକ ଜରୁରୀ ଅଂଶ ନଷ୍ଟ ହୋଇଯାଇଥିଲା । ତେବେ ଏହି ମହିଳା ଜଣଙ୍କ ହୃଦୟ ସମ୍ବନ୍ଧୀୟ ଏକ ବିରଳ ରୋଗରେ ପିଡ଼ିତ ହୋଇ ବର୍ତ୍ତମାନ ଏକ ବ୍ୟାଟେରୀ ସାହାଯ୍ୟରେ ବଞ୍ଚିଛନ୍ତି । ଆପଣ ଭାବୁଥିବେ ଯେ ବ୍ୟାଟେରୀରେ କିପରି ବଞ୍ଚୁଛନ୍ତି । ସେ କଣ ମେସିନ ଯେ ବ୍ୟାଟେରୀ ସାହାଯ୍ୟରେ ବଞ୍ଚୁଛନ୍ତି । କଥା ଟା ଅଡ଼ୁଆ ଲାଗୁଥିଲେ ବି ଘଟଣାଟି ସତ । ବ୍ୟାଟେରୀ ପାଇଁ ମାସାଚୁସେଟ୍ସର ଏହି ମହିଳା ବର୍ତ୍ତମାନ ଜୀବିତ ଅଛନ୍ତି । ସେ ଏକ ଅଜଣା ରୋଗରେ ପିଡ଼ିତ, ଏହି କାରଣରୁ ସେ କେବଳ ମେସିନ୍ ସାହାଯ୍ୟରେ ବଞ୍ଚିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ମାସାଚୁସେଟ୍ସର ୩୦ ବର୍ଷିୟ ସୋଫିଆ ହାର୍ଟ ସମ୍ବନ୍ଧୀୟ ଏକ ବିରଳ ଜେନେଟିକ୍ ହୃଦଘାତରେ ପିଡ଼ିତ । ଏହି କାରଣରୁ ତାଙ୍କର କୌଣସି ପଲ୍ସ ନାହିଁ । ତେଣୁ ସେ କହିଛନ୍ତି ଯେ ସେ କେବଳ ବ୍ୟାଟେରୀରେ ଜୀବିତ ଅଛନ୍ତି । ତାଙ୍କର ଇରେଭର୍ସିବଲ ଡିଲେଟେଡ୍ କାର୍ଡିଓମାୟୋପାଥି’ ନାମକ ସମସ୍ୟା ଅଛି । ଏହା ହୃଦୟ ମାଂସପେଶୀ ସହିତ ଜଡିତ ଏକ ରୋଗ । ଏହି କାରଣରୁ ତାଙ୍କର ହୃଦଘାତ ହୋଇପାରେ ।

ତାଙ୍କୁ LVAD (Left Ventricular Assist Device) ନାମକ ଏକ ଜୀବନ ରକ୍ଷାକାରୀ ମେଡିକାଲ ଡିଭାଇସ ଉପରେ ନିର୍ଭର କରିବାକୁ ପଡୁଛି । ଏହି ମେସିନଟି ବ୍ୟାଟେରୀ ଦ୍ୱାରା ଚାଲୁଛି ଏବଂ ଏହି ମେସିନ୍ ଦ୍ୱାରା ହୃଦୟ ସାଧାରଣ ଭାବରେ ସ୍ପନ୍ଦନ କରିପାରୁଛି । ଏହି କାରଣରୁ ସୋଫିଆ ବ୍ୟାଟେରୀ ଉପରେ ନିର୍ଭର କରୁଛନ୍ତି ବୋଲି କୁହାଯାଉଛି । ବର୍ତ୍ତମାନ ସେ ତାଙ୍କ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅପେକ୍ଷା କରିଛନ୍ତି ।

ସୋଫିଆଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁସାରେ ଯେ ପର୍ଯ୍ୟନ୍ତ ତାଙ୍କର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ନ ହୋଇଛି, ସେତେବେଳ ଯାଏଁ ଏହି LVAD ମେସିନ ଏକ ଅସ୍ଥାୟୀ ସମାଧାନ ଭାବେ ବ୍ୟବହାର କରାଯିବ । ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରେ ଜଣା ପଡ଼ିଛି ଯେ ସୋଫିଆଙ୍କ ଭଉଣୀ ଓଲିଭିଆ ମଧ୍ୟ ସମାନ ବିରଳ ରୋଗ ସହ ଜନ୍ମ ନେଇଥିଲେ । ଓଲିଭିଆଙ୍କର ୨୦୧୬ରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା ଏବଂ ସେ ମଧ୍ୟ ଏହି ମେସିନ ସାହାଯ୍ୟରେ ବଞ୍ଚିଥିଲେ । ତେବେ ଏହି ମେସିନ ହିଁ ସୋଫିଆଙ୍କୁ ବଞ୍ଚାଇ ରଖିଛି । ଯଦି ଖୁବଶୀଘ୍ର ସୋଫିଆଙ୍କ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ନ ହୁଏ ତେବେ ହୁଏତ ତାଙ୍କ ଜୀବନ ଯାଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.