Below header

ରସୁଲପୁର ବ୍ଲକ ସଦାନନ୍ଦପୁର ଗାଁରେ ନିଆରା କୁମାର ପୂର୍ଣ୍ଣମୀ, ବର୍ଷ ବର୍ଷ ଧରି ଚାଲି ଆସୁଛି କୋଠି ପୂଜା ପରମ୍ପରା

କୁମାର ପୂର୍ଣ୍ଣିମା ହେଉଛି କୁମାରୀମାନଙ୍କର ଏକ ବିଶେଷ ପର୍ବ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସଦାନନ୍ଦପୁର ଗାଁରେ ଏହି ପର୍ବ କିଛି ନିଆରା ଢ଼ଙ୍ଗରେ ପାଳିତ ହୋଇଥାଏ । କୁମାର ପୂର୍ଣ୍ଣିମା ପୂର୍ବ ରାତ୍ରିରେ ଗାଁ ଅଗଣାରେ କୁମାରୀମାନେ କଇଁ ଫୁଲରେ ତିଆରି କରନ୍ତି ବିଭିନ୍ନ ପ୍ରକାରର କୋଠି ।

ଯାଜପୁର(କେନ୍ୟୁଜ୍): କୁମାର ପୂର୍ଣ୍ଣିମା ହେଉଛି କୁମାରୀମାନଙ୍କର ଏକ ବିଶେଷ ପର୍ବ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସଦାନନ୍ଦପୁର ଗାଁରେ ଏହି ପର୍ବ କିଛି ନିଆରା ଢ଼ଙ୍ଗରେ ପାଳିତ ହୋଇଥାଏ । କୁମାର ପୂର୍ଣ୍ଣିମା ପୂର୍ବ ରାତ୍ରିରେ ଗାଁ ଅଗଣାରେ କୁମାରୀମାନେ କଇଁ ଫୁଲରେ ତିଆରି କରନ୍ତି ବିଭିନ୍ନ ପ୍ରକାରର କୋଠି । କେବଳ କଇଁ ଫୁଲରୁ ପ୍ରସ୍ତୁତ ହୋଇଥିବା ଏହି କୋଠିକୁ ଦେଖିଲେ ଯେ କେହି ମନ୍ତ୍ରମୁଗ୍ଧ ହୋଇଯିବ । ବର୍ଷ ବର୍ଷର ପରମ୍ପରାକୁ ବଜାୟ ରଖିବାକୁ ଯାଇ ଚଳିତ ବର୍ଷ ଆଡ଼ମ୍ବର ସହକାରେ କୁମାରୀମାନେ ପାଳିଛନ୍ତି ଏହି ଉତ୍ସବ ।

ତେବେ ଏହି କୁମାର ପୂର୍ଣ୍ଣିମା ଆସିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସଦାନନ୍ଦପୁର ଗାଁ ହୋଇ ଉଠେ ଚଳଚଂଚଳ । ସାତ ଦିନ ପୂର୍ବରୁ ପ୍ରତ୍ୟେକ ନିଜ ନିଜ ଚଉଁରା ମୁଳେ ତିଆରି କରିଥାନ୍ତି କଇଁପୁଂଲର କୋଠି । ଆଉ କୁମାର ପୂର୍ଣ୍ଣିମାର ଠିକ ପୂର୍ବରାତ୍ରିରେ କୁମାରୀ ମାନେ ଗାଁର ଅଗଣାରେ ତିଆରି କରିଥାନ୍ତି ବିରାଟ ବିରାଟ କୋଠି । କୌଣସି ରଂଗ କିମ୍ବା କାଳିରେ ନୁହେଁ କେବଳ କଇଁ ଫୁଲରେ ତିଆରି କରିଥାନ୍ତି ଏହି କୋଠି । ଯାହାକୁ କେହି ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ବର୍ଷ ବର୍ଷ ଧରି ଏହି କୋଠି ପୂଜା ପରମ୍ପରା ଚାଲିଆସୁଛି ଏହି ଗାଁରେ । ଏଭଳି କୋଠି ପୂଜା କଲେ କଇଁ ପୁଂଲ ଓ ଚନ୍ଦ୍ରଙ୍କ ମଧ୍ୟରେ ଥିବା ପ୍ରେମ ଓ ଭଲପାଇବା ଭଳି ବିବାହ ପରେ ପତି ପରମେଶ୍ୱରଙ୍କ ସଂପର୍କ ରହିବ ବୋଲି ବିଶ୍ୱାସ ରହିଛି। ତେବେ ଚଳିତ ବର୍ଷ ବେଶ ଆଡ଼ମ୍ବର ସହକାରେ ଗାଁର କୁମାରୀମାନେ ପାଳିଛନ୍ତି ଏହି କୋଠି ପୂଜା ପରମ୍ପରା।

purnima
ପ୍ରାୟ ଦେଢ଼ ଶହ ବର୍ଷରୁ ଅଧିକ ହେବ କୋଠି ପୂଜା ପରମ୍ପରା ଚାଲିଆସୁଛି ଏହି ଗାଁରେ । ସଦାନନ୍ଦପୁର ଗାଁରେ ଚାଲିଆସିଥିବା ଏହି କୋଠି ପୂଜା ପରମ୍ପରାକୁ ସ୍ୱର୍ଗତ ସପନେଶ୍ୱର ମହାନ୍ତି ଆରମ୍ଭ କରିଥିଲେ । କବି ସମ୍ରାଟ ଉପେନ୍ଦ୍ରଭଂଜଙ୍କ ଦ୍ୱାରା ଲିଖିତ ପୁସ୍ତକ “ଚିତ୍ରକାବ୍ୟ ବନ୍ଧୋଦ୍ୱୟ”ରେ ଅଂକାଯାଇଥିବା ଏହି କୋଠିକୁ ସେ ଗାଁର ଅଗଣାରେ ଆଙ୍କିଥିଲେ । ଧିରେ ଧିରେ ଏହି କୋଠି ପରମ୍ପରା ଅନ୍ୟ ଗାଁକୁ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି । ଏହି କୋଠି ଆଙ୍କିବା ପାଇଁ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥାନ୍ତି । ପରେ ବୃନ୍ଦାବତୀଙ୍କ ନିକଟରେ କୁମାରୀ ମାନେ ଭୋଗ କରିବା ସହିତ ରାତି ତମାମ ଗୀତ ଗାଇଥାନ୍ତି । ଯାହାକୁ ଦେଖିବା ପାଇଁ ଆଖପାଖ ଗାଁରୁ ଛୁଟି ଆସନ୍ତୁ ଶହ ଶହ ଦର୍ଶକ । ଆଉ ସଦାନନ୍ଦପୁର ଗାଁ ହୋଇଯାଏ ଉତ୍ସବ ମୁଖର । ଆଉ ବିଳମ୍ବିତ ରାତ୍ରୀରେ ଗାଁର ଯୁବକ ମାନେ ପାଳଭୁତ ବେଶରେ ଆସି କୁମାରୀମାନଙ୍କୁ ଡରାଇବା ଏହି କୋଠି ପୂଜାର ଅନ୍ୟତମ ଆକର୍ଷଣ।

ତେବେ ସହରୀ ସଭ୍ୟତା ମଧ୍ୟରେ ସବୁ କିଛି ହଜି ଯାଉଥିବା ବେଳେ କୁମାର ପୂର୍ଣ୍ଣିମା ଅବସରରେ ସଦାନନ୍ଦପୁର ଗାଁର କୁମାରୀମାନେ ବର୍ଷ ବର୍ଷର ପରମ୍ପରାକୁ ବଜାୟ ରଖିବା ବେଶ ପ୍ରଶଂସନୀୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.