Below header

ଏସିଆନ ପାରା ଗେମ୍ସରେ ଇତିହାସ ରଚିଲା ଭାରତ, ଶତକ ଛୁଇଁଲା ପଦକ ସଂଖ୍ୟା

ଚୀନର ହାଙ୍ଗଝୌଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାରେ ଭାରତ ୧୦୦ ପଦକ ଜିତିଛି । ଭାରତର ମୋଟ ପଦକ ସଂଖ୍ୟା ୧୦୦ରେ ପହଞ୍ଚିବା ସହିତ ସେଥିରେ ୨୬ଟି ସ୍ୱର୍ଣ୍ଣ, ୨୯ଟି ରୌପ୍ୟ ଓ ୪୫ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ଚୀନର ହାଙ୍ଗଝୌଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାରେ ଭାରତ ପଦକ ସଂଖ୍ୟାରେ ଶତକ ହାସଲ କରିଛି । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ, ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୮ଟି ପଦକ ଓ ପଞ୍ଚମ ଦିନରେ ୭ଟି ସ୍ୱର୍ଣ୍ଣ ସହିତ ୧୭ଟି ଜିତିଥିଲା । ଭାରତର ମୋଟ ପଦକ ସଂଖ୍ୟା ୧୦୦ରେ ପହଞ୍ଚିବା ସହିତ ସେଥିରେ ୨୬ଟି ସ୍ୱର୍ଣ୍ଣ, ୨୯ଟି ରୌପ୍ୟ ଓ ୪୫ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ଅନ୍ତିମ ଦିବସରେ ଭାରତ ସ୍ୱର୍ଣ୍ଣରୁ ବିଜୟ ଯାତ୍ରା ଆରମ୍ଭ କରିଛି । ଦିଲିପ ମହାଦୁ ଗାଭିଟ ପୁରୁଷ ୪୦୦ ମିଟର ଟି୪୭ ଇଭେଣ୍ଟରେ ଏହି ପଦକ ହାସଲ କରିଛନ୍ତି । ୪୯.୪୮ ସେକେଣ୍ଡରେ ଦିଲିପ ଏହି ସଫଳତା ହାସଲ କରିଛନ୍ତି । ଏହାଫଳରେ ଭାରତର ମୋଟ ସ୍ୱର୍ଣ୍ଣ ସଂଖ୍ୟା ୨୬ରେ ପହଞ୍ଚିବା ସହିତ ମୋଟ ପଦକ ସଂଖ୍ୟା ୧୦୦ରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଏସୀୟ ପାରା କ୍ରୀଡ଼ା ଇତିହାସରେ ଭାରତର ପଦକ ସଂଖ୍ୟା ଶହେ ଛୁଇଁଛି । ଏହା ଭାରତ ପାଇଁ ଗର୍ବ ଏବଂ ଗୌରବର ବିଷୟ ପାଲଟିଛି ।
ତେବେ ଭାରତ ୧୦୦ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଏସିଆନ ପାରା ଗେମ୍ସର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଚଳିତ ବର୍ଷ ଏହି ଇଭେଣ୍ଟରେ ମୋଟ ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗ ନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଇଣ୍ଡୋନୋସିଆର ଜାକର୍ତ୍ତା ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ଗତମାସରେ ସରିଥିବା ଏସିଆନ ଗେମ୍ସରେ ଭାରତ ୧୦୦ରୁ ଅଧିକ ପଦକ ହାସଲ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.