ପ୍ରଥମ ଥର ପାଇଁ ଏକାଠି କାମ କରିବେ ଶାହରୁଖ ଖାନ ଓ ରାଜକୁମାର ହିରାନୀ, କ୍ରିସ୍‌ମାସରେ ରିଲିଜ୍‌ ହେବ ଫିଲ୍ମ ‘ଡଙ୍କି’

ଶାହରୁଖ ଖାନଙ୍କ ଅପକମିଂ ଫିଲ୍ମ ‘ଡଙ୍କି’ର ପ୍ରଥମ ରିଭ୍ୟୁ ସାମ୍ନାକୁ ଆସିଛି । ତେବେ ଖୁବ୍‌ ଶୀଘ୍ର ଏହି ଫିଲ୍ମ ସିନେମା ହଲ୍‌ରେ କ୍ରିସ୍‌ମାସରେ ରିଲିଜ୍‌ ହେବାକୁ ଯାଉଛି । କିଙ୍ଗ୍‌ ଖାନଙ୍କ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମ ‘ଡଙ୍କି’ର ଅପେକ୍ଷ କରିଛନ୍ତି ।

ବଲିଉଡର କିଙ୍ଗ୍‌ ଖାନ୍‌ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଛାଇଯାଇଛନ୍ତି । ଶାହରୁଖ ଖାନ ଗୋଟିଏ ପରେ ଗୋଟିଏ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ହିଟ୍‌ ଫିଲ୍ମ ଦେଇଛନ୍ତି । ଏବେ ତାଙ୍କ ଅପକମିଂ ଫିଲ୍ମ ‘ଡଙ୍କି’ର ପ୍ରଥମ ରିଭ୍ୟୁ ସାମ୍ନାକୁ ଆସିଛି । ତେବେ ଖୁବ୍‌ ଶୀଘ୍ର ଏହି ଫିଲ୍ମ ସିନେମା ହଲରେ କ୍ରିସ୍‌ମାସରେ ରିଲିଜ୍‌ ହେବାକୁ ଯାଉଛି । କିଙ୍ଗ୍‌ ଖାନଙ୍କ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମ ‘ଡଙ୍କି’ର ଅପେକ୍ଷ କରିଛନ୍ତି ।

ଏହି ଫିଲ୍ମ ବିଷୟରେ ବମନ ଇରାନି ଏକ ଇଭେଣ୍ଟରେ କହିଥିଲେ, ଯେ ଫିଲ୍ମରେ ଶାହରୁଖ ଖାନଙ୍କ ସହ ବମନ ଇରାନି ମଧ୍ୟ ନଜର ଆସିବେ । ସୂଚନା ମୁତାବକ, ବମନ ମିଡିଆରେ କହିଛନ୍ତି, ଯେ ମୁଁ ଏହି ଫିଲ୍ମ ଦେଖିସାରିଛନ୍ତି ଓ କିଙ୍ଗ୍‌ ଖାନଙ୍କର ଏହି ଫିଲ୍ମ ସୁପରହିଟ୍‌ ହେବାକୁ ଯାଉଛି । ତେବେ ରାଜକୁମାର ହିରାନୀଙ୍କ ଅନ୍ୟ ଚଳଚ୍ଚିତ୍ର ପରି ଏହି ଫିଲ୍ମ ‘ଡଙ୍କି’ ମଧ୍ୟ ଏଣ୍ଟରଟେନ୍‌ମେଣ୍ଟରେ ଭରପୂର ରିହିଛି । ଏହାସହ ଫିଲ୍ମଟି ଆପଣମାନେ ଦେଖିବା ପରେ, ଫିଲ୍ମକୁ ନେଇ କିଛି ନା କିଛି କଥା ଚିନ୍ତା କରିବା ସହ ଜୀବନର କିଛି ଗୁରୁତପୂର୍ଣ୍ଣ ଜିନିଷ ଶିଖିବା ପାଇଁ ମଧ୍ୟ ପାଇବେ ।

ଫିଲ୍ମ ‘ଡଙ୍କି’ ବିଷୟରେ କହିଲେ ଏହି ଫିଲ୍ମରେ ଶାହରୁଖ ଖାନ ଓ ରାଜକୁମାର ହିରାନୀ ପ୍ରଥମ ଥର ପାଇଁ ଏକା ସହିତ କାମ କରୁଛନ୍ତି । ତେବେ ଫିଲ୍ମ କାହାଣୀ କିଛି ଏପରି ରହିଛି, ଯେ ଯେଉଁ ଲୋକମାନେ ଇଲଲିଗଲ ଭାବେ ବିଦେଶ ଯାଉଛନ୍ତି ଓ ସେଠାରେ କିଭଳି ସିଚୁଏସନ୍‌ ସାମ୍ନା କରୁଛନ୍ତି । ଏହି ଫିଲ୍ମଟି ରାଜକୁମାର ହିରାନୀ, ଅଭିଜାତ ଜୋଶି ଓ କନିକା ଦିଲ୍ଲେ ଲେଖିଛନ୍ତି । ଫିଲ୍ମରେ ଶାହରୁଖ ଖାନଙ୍କ ସହ ତାପସି ପନୁ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାସହ ଏହି ଫିଲ୍ମ ବିକି କୌଶଲ ମଧ୍ୟ ନଜର ଆସିବେ ।

ଶାହରୁଖ ଖାନ କିଛି ସମୟ ପରେ ଫିଲ୍ମ ‘ପଠାନ’ ଜରିଆରେ ଇଣ୍ଡଷ୍ଟ୍ରୀକୁ ଫେରିଛନ୍ତି । ଏହାପରେ ତାଙ୍କ ଫିଲ୍ମ ‘ଜବାନ୍‌’ ସିନେମା ହଲ୍‌ରେ ହଇଚଇ ସୃଷ୍ଟି କରିଛି । ତେବେ ଏହି ଫିଲ୍ମ ରିଲିଜ୍‌ ହେବାର ୫୦ ଦିନ ହୋଇଗଲାଣି, ହେଲେ ଏବେ ମଧ୍ୟ ଏହି ଫିଲ୍ମଟି ସିନେମା ହଲ୍‌ରେ ଦେଖିବା ପାଇଁ ମିଳୁଛି । ଏବେ ଦେଖିବାର ଅଛି ଯେ କିଙ୍ଗ୍‌ ଖାନଙ୍କ ଏହି ଫିଲ୍ମ ‘ଡଙ୍କି’ କିବର ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.