Below header

ଚଳିତବର୍ଷ ନୂଆପଡା ଜିଲ୍ଲାରେ ଚକଡା ପୋକର ଆତଙ୍କ, ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ଚାଷୀଙ୍କ ଚେତାବନୀ

ଚଳିତବର୍ଷ ନୂଆପଡା ଜିଲ୍ଲାରେ ଚକଡା ପୋକର ଆତଙ୍କ ଦେଖାଦେଇଛି। ଏବେ ଧାନ ଅମଳ ସମୟରେ ଫସଲରେ ବିପିଏଚ ଅର୍ଥାତ ଚକଡା ପୋକର ଆତଙ୍କ ଚାଷୀଙ୍କ ଚିନ୍ତାକୁ ବଢେଇ ଦେଇଛି । ଚକଡା ପୋକର ଆତଙ୍କ ଯୋଗୁଁ ଚାଷୀଙ୍କ ଏକର ଏକର ଧାନ ଫସଲ ନଷ୍ଟ ହେବାରେ ଲାଗିଛି ।

ନୂଆପଡା(କେନ୍ୟୁଜ୍):  ଚଳିତବର୍ଷ ନୂଆପଡା ଜିଲ୍ଲାରେ ଚକଡା ପୋକର ଆତଙ୍କ ଦେଖାଦେଇଛି। ଏବେ ଧାନ ଅମଳ ସମୟରେ ଫସଲରେ ବିପିଏଚ ଅର୍ଥାତ ଚକଡା ପୋକର ଆତଙ୍କ ଚାଷୀଙ୍କ ଚିନ୍ତାକୁ ବଢେଇ ଦେଇଛି । ଚକଡା ପୋକର ଆତଙ୍କ ଯୋଗୁଁ ଚାଷୀଙ୍କ ଏକର ଏକର ଧାନ ଫସଲ ନଷ୍ଟ ହେବାରେ ଲାଗିଛି । ଏଭଳି ଆଭିଯୋଗ ଆଣିଛନ୍ତି ନୂଆପଡା ଜିଲା ଖଡିଆଳ,ସିନାପାଲି ଓ ବୋଡେନ ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତର ଚାଷୀମାନେ। ଚାଷିଙ୍କ ଏକର ଏକର ଧାନଫସଲରେ ଚକଡା ପୋକ ଲାଗିବା ଦ୍ଵାରା ଧାନଗଛ ପାଲ ସଦୃଶ ଦେଖାଦେବା ସହ ବ୍ୟାପକ ଧାନଫସଲ ନଷ୍ଟ ହୋଇଛି । ଏବେ ଚାଷୀ ନିଜର ଉଜୁଡା ଚାଷଜମିକୁ ଦେଖି ହତାଶ ହୋଇପଡିଛି।

ଚଳିତବର୍ଷ ନୂଆପଡା ଜିଲ୍ଲାର ୫ଟି ବ୍ଲକର ୧୩୧ ଗ୍ରାମପଂଚାୟତରେ ୮୭ ହଜାର୫୦୦ହେକ୍ଟର ଜମିରେ ଧାନ ଚାଷ ଓ ୧ଲକ୍ଷ ୧ହଜାର ୩୮୦ ହେକ୍ଟର ଜମିରେ ଅଣଧାନ ଚାଷ କରାଯାଇଛି। ଚଳିତବର୍ଷ ନୂଆପଡା ଜିଲାରେ ବିଳମ୍ୱରେ ଭଲ ବର୍ଷା ହୋଇଥିବାରୁ ଚାଷୀଙ୍କ ଧାନଫସଲ ମଧ୍ୟ ଭଲ ହୋଇଥିଲା । ହେଲେ ଏବେ ଅମଳ ସମୟରେ ଧାନ ଫସଲରେ ଚକଡା ପୋକର ଆତଙ୍କ ଚାଷୀଙ୍କ ଚିନ୍ତାକୁ ବଢେଇ ଦେଇଛି । ବିଶେଷକରି ଜିଲାର ଖଡିଆଳ,ସିନାପାଲି ଓ ବୋଡେନ ବ୍ଲକ ବିଭିନ୍ନ ଗ୍ରାମପଂଚାୟତର ଚାଷୀଙ୍କ ଏକର ଏକର ଧାନ ଫସଲରେ ଚକଡା ପୋକର ଆତଙ୍କ ଦେଖାଦେଇଛି। ଯାହାଫଳରେ ଚାଷୀଙ୍କ ଏକର ଏକର ଧାନ ଫସଲ ସଂପୂର୍ଣ ଉଜୁଡି ଯାଇଛି। ଚକଡା ପୋକ ଯୋଗୁଁ ସବୁଜ ଧାନ ଫସଲ ଏବେ ପାଲ ସଦୃଶ ଦେଖାଯାଉଛି। ଚକଡା ପୋକର ନିରାକରଣ ପାଇଁ ଚାଷୀମାନେ ବାରମ୍ୱାର କୀଟନାଶକ ଓୈାଷଧ ସିଂଚନ କରି ବହୁ ଖର୍ଚାନ୍ତ ହେଉଛନ୍ତି । ହେଲେ କୀଟନାଶକ ଔଷଧ କାମକରୁନଥିବାରୁ ଚକଡା ପୋକର ଆତଙ୍କ କମିବା  ବଦଳରେ ଦିନକୁ ଦିନ ବଢିଚାଲିଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି ।

ନୂଆପଡା ଜିଲ୍ଲାରେ ଚାଷୀଙ୍କ ଧାନ ଫସଲରେ ଚକଡା ରୋଗ ସମେତ ଗଣ୍ଠିପୋକ,ବିପିଏଚ,ପତ୍ରପୋଡା ରୋଗର ଆତଙ୍କ ଯୋଗୁଁ ଚାଷୀଙ୍କ ନିଦ ହଜିଯାଇଛି । ବିଶେଷକରି ଖଡିଆଳ ବ୍ଲକର ମଣ୍ଡୋସିଲ,ନେହେନା,ଡୁଆଝର,ତୁକୁଲା, ରାଣିମୁଣ୍ଡା,ସରଧାପୁର, କରିକିଟା,ଖାସବାହାଲ, ଗ୍ରାମପଂଚାୟତର ଚାଷୀଙ୍କ ଧାନ ଫସଲରେ ଚକଡା ପୋକର ଆତଙ୍କ ଲାଗିରହିଥିବାରୁ ବ୍ୟାପକ ଧାନଫସଲ ନଷ୍ଟ ହୋଇଛି। କୃଷିବିଭାଗର ରିପୋର୍ଟ ଅନୁସାରେ ଜିଲାରେ ଚକଡା ପୋକ ଯୋଗୁଁ ୯୯ ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିବା କହୁଥିବା ବେଳେ ବେସରକାରୀ ଭାବେ ଚାଷୀଙ୍କ ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିପିଏଚ ରୋଗର ନିରାକରଣ ପାଇଁ ଚାଷୀମାନେ କୃଷି ବିଭାଗ ଅଧିକାରୀମାନଙ୍କୁ ବାରମ୍ୱାର ଜଣେଇଥିଲେ ସୁଦ୍ଧା କୃଷିବିଭାଗ ତରଫରୁ କୈାଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଯାଫଳରେ ଚକଡା ପୋକ ନିୟନତ୍ରଣ ହେବା ପରିବର୍ତେ ରୋଗର ପ୍ରାଦୃର୍ଭାବ ଦିନକୁ ଦିନ ବଢିଚାଳିଛି। ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଅପରପକ୍ଷେ,ବିଭିନ୍ନ ବ୍ୟାଙ୍କରୁ ଋଣ କରି ଚାଷ କରିଥିବା ଚାଷୀ କିଭଳି ଋଣ ଶୁଝିବେ ଓ ସେମାନଙ୍କ ପରିବାର ପ୍ରତିପୋଷଣ କିଭଳି କରିବେ ସେନେଇ ଚାଷୀମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି। ଯାହାକୁ ନେଇ ଚାଷୀମାନେ ନିଜର ଉଜୁଡା ଚାଷକୁ ଦେଖି ହତାଶ ହୋଇ ପଡିଛନ୍ତି । ଏଭଳି ପରିସ୍ଥିତିରେ କୃଷି ବିଭାଗ ତରଫରୁ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ମାଗଣାରେ କୀଟନାଶକ ଓୈାଷଧ ଯୋଗେଇ ଦେବା ସହିତ ଫସଲ କ୍ଷୟକ୍ଷତିର ଆକଳନ କରି ଉପଯୁକ୍ତ କ୍ଷତିପୂରଣ ସହାୟତା ଯୋଗେଇ ଦେବାକୁ ଚାଷୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ସେମାନଙ୍କ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।  ଅପରପକ୍ଷେ, ନୂଆପଡା ଜିଲା କୃଷି ବିଗ୍ୟାଂନ କେନ୍ଦ୍ରର ୨ଟି ଜିଲ୍ଲା ସ୍ତରୀୟ ଟିମ ଖଡିଆଳ,ସିନାପାଲି ଓ ବୋଡେନ ବ୍ଲକର ବିଭିନ୍ନ ଗାଁ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଚକଡା ପୋକର ନିରାକରଣ ପାଇଁ କୃଷି ବିଭାଗ ତରଫରୁ ଚାଷୀଙ୍କୁ ସବସିଡି ମାଧ୍ୟମରେ କୀଟନାଶକ ଔଷଧ ଯୋଗେଇ ଦିଆଯାଉଛି ଏବଂ ଚକଡା ପୋକର ପ୍ରାଦୁର୍ଭାବ ଏବେ ହ୍ରାସ ପାଇଥିବା ଖଡିଆଳ ବ୍ଲକ ଅତିରିକ୍ତ କୃଷି ଅଧିକାରୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.