ଭୁଲରେ ବି ଛୁଅନ୍ତୁ ନାହିଁ ଏହି ଗଛ, ନଚେତ କ୍ଷଣିକରେ ଚାଲିଯିବ ଆପଣଙ୍କ ଜୀବନ

ଆମେ ଯେଉଁ ଗଛ ବିଷୟରେ ଜଣାଇବାକୁ ଯାଉଛୁ ତାହା ଅତ୍ୟନ୍ତ ବିଷାକ୍ତ । ଏହି ଗଛରେ ଥିବା ବିଷର ମାତ୍ରା ଏତେ ଅଧିକ ରହିଛି ଯେ, ଏହାକୁ ଛୁଇଁଲେ ବି ମଣିଷର ମୃତ୍ୟୁ ହୋଇଯାଏ । ତେବେ କିଛି ଲୋକ ଏହାକୁ ସୁଇସାଇଡ ପ୍ଲାଣ୍ଟ ମଧ୍ୟ କୁହନ୍ତି ।

ଦୁନିଆରେ ଅନେକ ଗଛ ରହିଛି । ଅନେକ ଗଛର ଔଷଧୀୟ ଗୁଣ ମଧ୍ୟ ରହିଛି ଯାହା ଆମ ପାଇଁ ବହୁତ ଲାଭଦାୟୀ ହୋଇଥାଏ । କିନ୍ତୁ ଦୁନିଆର ଏପରି ଅନେକ ବିଷାକ୍ତ ଗଛ ମଧ୍ୟ ରହିଛି, ଯାହାର ସ୍ପର୍ଶ ମାତ୍ରେ ମଣିଷର ମୃତ୍ୟୁ ହେବା ସୁନିଶ୍ଚିତ । ତେବେ ଆମେ ଯେଉଁ ଗଛ ବିଷୟରେ ଜଣାଇବାକୁ ଯାଉଛୁ ତାହା ଅତ୍ୟନ୍ତ ବିଷାକ୍ତ । ଏହି ଗଛରେ ଥିବା ବିଷର ମାତ୍ରା ଏତେ ଅଧିକ ରହିଛି ଯେ, ଏହାକୁ ଛୁଇଁଲେ ବି ମଣିଷର ମୃତ୍ୟୁ ହୋଇଯାଏ । ତେବେ କିଛି ଲୋକ ଏହାକୁ ସୁଇସାଇଡ ପ୍ଲାଣ୍ଟ ମଧ୍ୟ କୁହନ୍ତି ।

ତେବେ ପ୍ରକୃତରେ ଏହି ଗଛର ନାଁ ହେଉଛି ଜିମ୍ପାଇ-ଜିମ୍ପାଇ । ଏହା ଏକ ସାଧାରଣ ଗଛ ଭଳି ହିଁ ଦେଖାଯାଏ । କିନ୍ତୁ ଯଦି ଏହାର ପତ୍ର ଆପଣଙ୍କ ଶରୀରରେ ଲାଗିଯିବ ତେବେ ଆପଣଙ୍କୁ ଅସହ୍ୟ ଯନ୍ତ୍ରଣା ହେବ । ଆପଣ କଷ୍ଟ ପାଇବାକୁ ଲାଗିବେ । କୁହାଯାଏ ଏହି ଗଛକୁ ଛୁଇଁବା ପରେ ମଣିଷକୁ ଏତେ ଅଧିକ ଯନ୍ତ୍ରଣା ହୋଇଥାଏ ଯେ, ସେ ବାଧ୍ୟ ହୁଏ ନିଜ ନିଜର ଜୀବନ ନେବା ପାଇଁ । ଏହି କାରଣରୁ ଏହି ଗଛକୁ ସୁଇସାଇଡ ପ୍ଲାଣ୍ଟ ମଧ୍ୟ କୁହାଯାଏ ।

ସାଧାରଣତଃ ଏହି ଗଛ ଆପଣଙ୍କୁ ଜଙ୍ଗଲରେ ଦେଖିବାକୁ ମିଳିଯିବ । କିନ୍ତୁ ଅନେକ ସମୟରେ ଏହା ଆପଣଙ୍କ ଘର ଆଖପାଖ ଅଞ୍ଚଳରେ ମଧ୍ୟ ଜନ୍ମ ନେଇଥିବା ଆପଣମାନେ ଦେଖିବାକୁ ପାଇବେ । ଏହି ପତ୍ରକୁ ଆପଣ ଭୁଲରେ ବି ଖାଲି ହାତରେ ଧରିବେ ନାହିଁ ନଚେତ ଆପଣଙ୍କ ଜୀବନ କ୍ଷଣିକରେ ଶେଷ ହୋଇଯିବ ।

ଏହି ଗଛର ମୂଳ ଏବଂ ପତ୍ରରେ ଅନେକ ମାତ୍ରାରେ କଣ୍ଟା ଭରି ରହିଥାଏ, ଯାହା କୌଣସି ବିଛା ଭଳି ଦେଖାଯାଏ । ଯେତେବେଳେ ଆପଣ ଏହି ଗଛକୁ ସ୍ପର୍ଶ କରିବେ, ସେତେବେଳେ ଗଛରେ ଥିବା କଣ୍ଟା ଆପଣଙ୍କ ଶରୀରରେ ଲାଗିବ ଏବଂ ମାସ ମାସ ଧରି ଆପଣଙ୍କୁ ଯନ୍ତ୍ରଣା ଅନୁଭବ ହେବ । ତେଣୁ ଯଥା ସମ୍ଭବ ଏହି ଗଛ ଠାରୁ ଦୂରେଇ ରହିବା ଉଚିତ୍‌ । କୁହାଯାଏ ଥରେ ଜଣେ ବ୍ୟକ୍ତି ଏହି ଗଛର ପତ୍ରକୁ ଟଏଲେଟ ପେପର ଭାବେ ବ୍ୟବହାର କରିଥିଲେ ପରେ ତାଙ୍କୁ ଏତେ ଅଧିକ କଷ୍ଟ ହୋଇଥିଲା ଯେ ସେ ସହି ପାରିନଥିଲେ ଏବଂ ନିଜେ ନିଜର ଜୀବନ ନେଇଥିଲେ । ଏଭଳି ବିଷାକ୍ତ ଗଛ ଠାରୁ ମଣିଷ ସାଧାରଣତଃ ଦୂରେଇ ରହିଥାଏ କିନ୍ତୁ ଅନେକ ସମୟରେ ଅଜାଣତରେ ଏହି ପତ୍ର ସଂସ୍ପର୍ଶରେ ଆସି ମଣିଷର ମୃତ୍ୟୁ ଘଟେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.