Below header

ପ୍ରଯୋଜକ ସଂଘର ବ୍ୟାନ ପରେ ମୁହଁ ଖୋଲିଲେ ଅଭିନେତା ମନୋଜ ମିଶ୍ର

ବ୍ୟାନ କରାଯାଇଥିବା ନେଇ ତାଙ୍କୁ କୌଣସି ଚିଠି ମିଳିନଥିବା ବଲାଙ୍ଗିରରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମନୋଜ। ସଞ୍ଜୟ ନାୟକଙ୍କୁ ସେ ବ୍ୟାନ କରୁଥିବା କହିଛନ୍ତି। ଆଗକୁ ସଞ୍ଜୟଙ୍କ କୌଣସି ସିନେମାରେ ସେ ଅଭିନୟ କରିବେ ନାହିଁ। ମୋ ଭଳି ଟାଲେଣ୍ଟକୁ ଦବାଇବାକୁ ଚେଷ୍ଟା କରାଯାଇଛି ସେ ଅଭିଯୋଗ କରିଛନ୍ତି ମନୋଜ ମିଶ୍ର।

କେନ୍ୟୁଜ୍(ବ୍ୟୁରୋ): ପ୍ରଯୋଜକ ସଂଘର ବ୍ୟାନ ପରେ ମୁହଁ ଖୋଲିଲେ ଅଭିନେତା ମନୋଜ ମିଶ୍ର। ବ୍ୟାନ କରାଯାଇଥିବା ନେଇ ତାଙ୍କୁ କୌଣସି ଚିଠି ମିଳିନଥିବା ବଲାଙ୍ଗିରରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମନୋଜ। ସଞ୍ଜୟ ନାୟକଙ୍କୁ ସେ ବ୍ୟାନ କରୁଥିବା କହିଛନ୍ତି। ଆଗକୁ ସଞ୍ଜୟଙ୍କ କୌଣସି ସିନେମାରେ ସେ ଅଭିନୟ କରିବେ ନାହିଁ। ମୋ ଭଳି ଟାଲେଣ୍ଟକୁ ଦବାଇବାକୁ ଚେଷ୍ଟା କରାଯାଇଛି ସେ ଅଭିଯୋଗ କରିଛନ୍ତି ମନୋଜ ମିଶ୍ର।

କିଛି ଗୋଷ୍ଠୀ ତାଙ୍କ ବିରୋଧରେ ଚକ୍ରାନ୍ତ ଚଳାଇଥିବା ସେ କହିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀ କହିଲେ କେବଳ କଟକ ଭୁବନେଶ୍ବର ନୁହେଁ ବୋଲି କହିଛନ୍ତି ମନୋଜ ମିଶ୍ର । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ । କହିଲେ, ପ୍ରତ୍ୟେକ ପରିବାରରେ ଝଗଡ଼ା ଥାଏ । ଦଣ୍ଡ ଦିଆଯାଏ ସୁଧୁରିବା ପାଇଁ । ଆମ ଇଣ୍ଡଷ୍ଟ୍ରି ତରଫରୁ ତାଙ୍କୁ ଦଣ୍ଡ ଦିଆଯାଇଛି । ଘର କଳି ଘର ଭିତରେ ରହିବାକୁ ଦିଅନ୍ତୁ । ଏହାକୁ ରାଜନୀତିକରଣ ନ କରାଯାଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.