ଟିମ୍‌ ଇଣ୍ଡିଆକୁ ଝଟକା, ଇଂଲଣ୍ଡ ପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଟିମର ଷ୍ଟାର ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେ ବିଶ୍ୱକପର ଆଗାମୀ ଦୁଇଟି ମ୍ୟାଚ୍ ଖେଳିପାରିବେ ନାହିଁ । ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ଖେଳିବେ ନାହିଁ ବୋଲି ବିସିସିଆଇ କହିଛି । ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ।

ଚଳିତ ବିଶ୍ୱକପରେ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରୁଛି । ଟିମ୍‌ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ସବୁଥିରେ ବିଜୟ ପାଇଛି । ତେବେ ବିଶ୍ୱକପରେ ଖେଳୁଥିବା ସବୁ ଟିମ୍‌ ମଧ୍ୟରୁ ଭାରତ ଏକମାତ୍ର ଟିମ୍‌ ଯିଏକି କୌଣସି ମ୍ୟାଚ୍‌ ହାରିନାହିଁ । ପଏଣ୍ଟ ତାଲିକାର ଦୁଇ ନଂ ସ୍ଥାନରେ ରହିଛି ଭାରତ । ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚ ଆସନ୍ତାକାଲି ଖେଳିଯିବାକୁ ରହିଥିବା ବେଳେ ହାର୍ଦ୍ଦିକ ଏହି ମ୍ୟାଚରୁ ବାଦ୍‌ ପଡିଛନ୍ତି । କେବଳ ଇଂଲଣ୍ଡ ନୁହେଁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ମଧ୍ୟ ହାର୍ଦ୍ଦିକ ବାଦ୍‌ ପଡିଛନ୍ତି ।

ବିଶ୍ୱକପ ୨୦୨୩ ମ୍ୟାଚରେ ରବିବାର ମୁହାଁମୁହିଁ ହେବେ ଭାରତ –ଇଂଲଣ୍ଡ । ଟିମର ଷ୍ଟାର ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେ ବିଶ୍ୱକପର ଆଗାମୀ ଦୁଇଟି ମ୍ୟାଚ୍ ଖେଳିପାରିବେ ନାହିଁ । ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ଖେଳିବେ ନାହିଁ ବୋଲି ବିସିସିଆଇ କହିଛି । ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ । ଆଉ ଏଥିପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଖେଳିପାରିନଥିଲେ ।

ଭାରତ –ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ୨୯ ଅକ୍ଟୋବରକୁ ଇକାନା ଷ୍ଟାଡିୟମରେ ଖେଳାଯିବ । ଆଉ ମ୍ୟାଚ୍ ପାଇଁ ହାର୍ଦ୍ଦିକ ଫିଟ୍ ହୋଇନାହାନ୍ତି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ହାର୍ଦ୍ଦିକଙ୍କ ଆଘାତ ଗମ୍ଭୀର ନଥିଲେ ମଧ୍ୟ ଏବେ ବୋଲିଂ କରିବାକୁ ସକ୍ଷମ ନୁହନ୍ତି । ବିସିସିଆଇ ଏପର୍ଯ୍ୟନ୍ତ ତାଙ୍କ ରିପ୍ଲେସମେଣ୍ଟ ବିଷୟରେ କିଛି ଚିନ୍ତା କରିନାହିଁ । ବିସିସିଆଇର ମେଡିକାଲ ଟିମଙ୍କ ପରାମର୍ଶରେ ହାର୍ଦ୍ଦିକଙ୍କ ଦେଖାଶୁଣା ହେଉଛି ।

ତେବେ ଗୋଇଠି ସ୍କାନ ହେବା ପରେ ଡାକ୍ତର ବିଶ୍ରାମ ନେବାକୁ କହିଛନ୍ତି । ହାର୍ଦ୍ଦିକ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଖେଳିପାରିନଥିଲେ । ଏହାପରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ତେବେ ହାର୍ଦ୍ଦିକ ନଭେମ୍ବରେ ୫ରେ ହେବାକୁ ଥିବା ଭାରତ- ସାଉଥ ଆଫ୍ରିକା ମ୍ୟାଚ୍‌ ପାଇଁ ଠିକ୍‌ ହୋଇପାରନ୍ତି ।

ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲେ । ତାଙ୍କ ବାମ ଗୋଡରେ ଆଘାତ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.