ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଉଦ୍ଧାର

ବ୍ରିଜ ଉପରୁ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ |  ବାଲେଶ୍ବର ଜିଲ୍ଲା ଜଳେଶ୍ବର  ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ରାଜଘାଟ ବ୍ରିଜ ଉପରୁ  ଡେଇଁ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ |

ଜଳେଶ୍ୱର : ବ୍ରିଜ ଉପରୁ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା  ଉଦ୍ୟମ |  ବାଲେଶ୍ବର ଜିଲ୍ଲା ଜଳେଶ୍ବର  ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ରାଜଘାଟ ବ୍ରିଜ ଉପରୁ  ଡେଇଁ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ | ସ୍ଥାନୀୟ ଯୁବକଙ୍କ ସାହସୀକତା ପାଇଁ ନଦୀରୁ ସଜ୍ଞାହୀନ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଛି |

ମହିଳା ଜଣକ ବୁଡି ଯାଉଥିବା ସମୟରେ ସ୍ଥାନୀୟ ଯୁବକମାନେ ପାଣି ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି | ନଦୀରୁ ଉଦ୍ଧାର ପରେ ପ୍ରାଥମିକ ଚିକିତ୍ସା ପାଇଁ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା  | ମାତ୍ର ଅବସ୍ଥା ଗୁରୁତର ହେବାରୁ କଟକ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି |

ଉଦ୍ଧାର ମହିଳା ଜଣକ ଜଳେଶ୍ୱର ଅଂଚଳର ବୋଲି ଜଣା ପଡିଛି | ତେବେ ଆତ୍ମହତ୍ଯାର କୌଣସି ସ୍ପଷ୍ଟ କାରଣ ଜଣାପଡି ନଥିବା ବେଳେ  ଖବର ପାଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି | ଉଦ୍ୟମ ହତ୍ୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.