Below header

ଥାନା ଅଧିକାରୀଙ୍କୁ ଥାନା ଭିତରେ ଆକ୍ରମଣ, ବ୍ଲେଡ଼ରେ କାଟିଲା ବେକ

ଥାନା ଅଧିକାରୀଙ୍କୁ ଥାନା ଭିତରେ ଆକ୍ରମଣ।   ଚୋରୀ ଘଟଣାରେ ଅଟକ ଅଭିଯୁକ୍ତର ଉନ୍ମତ୍ତ କାଣ୍ଡ। ବ୍ଲେଡ଼ରେ ଆକ୍ରମଣ କରି ଲହୁ ଲୁହାଣ କଲା ଆଇଆଇସି ମିନି ଭୋଇଙ୍କୁ ।

ମୟୁରଭଞ୍ଜ : ଥାନା ଅଧିକାରୀଙ୍କୁ ଥାନା ଭିତରେ ଆକ୍ରମଣ।   ଚୋରୀ ଘଟଣାରେ ଅଟକ ଅଭିଯୁକ୍ତର ଉନ୍ମତ୍ତ କାଣ୍ଡ। ବ୍ଲେଡ଼ରେ ଆକ୍ରମଣ କରି ଲହୁ ଲୁହାଣ କଲା ଆଇଆଇସି ମିନି ଭୋଇଙ୍କୁ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ। ଥାନାରେ ଏକୁଟିଆ ଥିବା ବେଳେ ଆକ୍ରମଣ କରିଛି ଅଭିଯୁକ୍ତ। ସିସି ଟିଭିରେ କୟଦ ହୋଇଛି ଦୃଶ୍ୟ।

ଆଇଆଇସିଙ୍କୁ ଆହତ ଅଵସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଶୋଇ ଶିବ ମନ୍ଦିର ଚୋରି ହୋଇଥିବା ଘଟଣାର ପଚରା ଉଚରା ପାଇଁ ବିଶୋଇ ଗାଁର ସୁଶାନ୍ତ ଦେଓକୁ ଥାନାକୁ ଡାକିଥିଲେ ଆଇଆଇସି । ସୁଶାନ୍ତ ଥାନାକୁ ପ୍ରାୟ ସନ୍ଧ୍ୟା ୭ ଟା ସମୟରେ ପହଂଚି ଥିଲା ।

ତାକୁ ଥାନା ଅଧିକାରୀ ମିନି ଭୋଇ ପଚର ଉଚୋରା କରିଥିଲେ । ସେ ମଧ୍ୟ ସତ୍ୟା ସତ୍ୟ କହିଥିଲା ଏବଂ ଆଉ କିଛି ଦୁର୍ବୁତ୍ତମାନଙ୍କ ମଧ୍ୟ ନାମ ପ୍ରକାଶ କରିଥିଲା l ପ୍ରକାଶ କରିବା ପରେ ସେ ହଠାତ ଥାନା ଅଧିକାରୀଙ୍କ ଉପରେ ଏକ ବ୍ଲେଡରେ ମରାଣତ୍ମକ ଆକ୍ରମଣ କରିଥିଲା  l

ଆକ୍ରମଣରେ ମାଡାମଙ୍କ ବେକ ଏବଂ ବାମ ହାତରେ ତିନୋଟି ଆଙ୍ଗୁଳିରେ ଆଘାତ ହୋଇଥିଲା l ସଙ୍ଗେ ସଙ୍ଗେ ତାଙ୍କୁ ଥାନା କର୍ମଚାରୀ ବିଶୋଇ ଡାକ୍ତରଖାନାକୁ ନେଇଥିଲେ ଏବଂ ତାଙ୍କର ଚିକିତ୍ସା କରାଇଥିଲେ l ଆଜି ଅଭିଯୁକ୍ତ ସୁଶାନ୍ତକୁ କେଶ ନଂ 209/23 ରେ ଏକ ମାମଲା ରୁଜୁ କରାଯାଇଛି l ଅପରାହ୍ନରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ମିନି ଭୋଇ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.