Below header

ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ତୁଟିଲା ସେବାୟତଙ୍କ ବିବାଦ, ଦୀର୍ଘ ୫ ଘଣ୍ଟା ପରେ ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି

ନିଲମ୍ବିତ ସଦସ୍ୟ ଜୋରଜବରଦସ୍ତ ପାଳି କରିବାରୁ ଦେଖାଦେଇଥିଲା ବିବାଦ । ସେବାରୁ ନିବୃତ ଥିବା ସିଂହାରୀ ସେବାୟତ ଆଜି ମଇଳମ ନୀତି ବା ବେଶ ଓଲାଗି କରିଥିଲେ । ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ପୂଜାପଣ୍ଡା ସେବାୟତ ।

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ତୁଟିଲା ସେବାୟତଙ୍କ ବିବାଦ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଛି । ଦୀର୍ଘ ୫ ଘଣ୍ଟା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଛି। ଏହାପରେ ତଡପଲାଗି,ଅବକାଶ ଓ ସୂର୍ଯ୍ୟପୂଜା ଇତ୍ୟାଦି ନୀତିକାନ୍ତି ଆଗେଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ କରିଥିଲେ ସେବାୟତ। ସେବାରୁ ନିବୃତ ଜଣେ ସିଂହାରୀ ସେବାୟତଙ୍କୁ ନେଇ ବିବାଦ ଦେଖାଦେଇଥିଲା।

ନିଲମ୍ବିତ ସଦସ୍ୟ ଜୋରଜବରଦସ୍ତ ପାଳି କରିବାରୁ ଦେଖାଦେଇଥିଲା ବିବାଦ । ସେବାରୁ ନିବୃତ ଥିବା ସିଂହାରୀ ସେବାୟତ ଆଜି ମଇଳମ ନୀତି ବା ବେଶ ଓଲାଗି କରିଥିଲେ । ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ପୂଜାପଣ୍ଡା ସେବାୟତ । ଏହାର ସମାଧାନ ନହେଲେ ନୀତି ବଢିବନି ବୋଲି ଜିଦ୍ ଧରିବାରୁ ମଇଲମ ପରେ ନୀତି ବନ୍ଦ ରହିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ନୀତିକାନ୍ତି ବିଳମ୍ବରେ ସମ୍ପୃକ୍ତ ସମସ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କାହିଁକି ସିଂହାରୀ ସେବକ ସେବାରୁ ନିବୃତ ରହିଲେ ତର୍ଜମା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.