Below header

କିଟ୍ ସ୍କୁଲ ଅଫ ଆର୍କେଟେକଚରେ ଅନୁଷ୍ଠିତ ହେଲା ପ୍ରତିଭା ନିର୍ମାଣ ସମ୍ମାନ ୨୦୨୩, ୨୭ରୁ ଅଧିକ କଲେଜରୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଯୋଗଦାନ

ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦ୍ରୋଣଚାର୍ଜ, କଲେଜର ଭଲ ଛାତ୍ର ଛାତ୍ରୀଙ୍କୁ ଅର୍ଜୁନ ଆୱାର୍ଡ଼ ସମ୍ମାନ ସହ କଲେଜରେ ଭଲ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରତିଭା ନିର୍ମାଣ ସମ୍ମାନ ୨୦୨୩ ଦିଆଯାଇଥିଲା। ସହରୀ ଯୋଜନା ଉପରେ ଏକ ଆଲୋଚନଚକ୍ରରେ ଅନୁଷ୍ଠିତ ହୋଇଥିଲା

କେନ୍ୟୁଜ୍(ବ୍ୟୁରୋ): କିଟ୍ ସ୍କୁଲ ଅଫ ଆର୍କେଟେକଚରେ ପ୍ରତିଭା ନିର୍ମାଣ ସମ୍ମାନ ୨୦୨୩ ଅନୁଷ୍ଠିତ। ଅଲଟ୍ରାଟେକ ସିମେଣ୍ଟ ଓ ଆଦିତ୍ୟ ବିର୍ଲା କମ୍ପାନୀ ତରଫରୁ ଏହି ସମ୍ମାନ ଉତ୍ସବ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ କିଟର କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତି ଯୋଗ ଦେଇ ଉଦଘାଟନ କରିଥିଲେ । କଲେଜର ପୂର୍ବତନ ଛାତ୍ର ଛାତ୍ରୀଙ୍କ ଉନ୍ନତୀ ଓ ଅଭିବୃଦ୍ଧିରେ କଲେଜର ଉନ୍ନତି ବୋଲି କହିଥିଲେ ପ୍ରଫେସର ମହାନ୍ତି। ଆଜି ଇଂଜିନୟରିଂ ଦିବସରେ ଓଡିଶା ପ୍ରାୟ ୨୭ ରୁ ଅଧିକ କଲେଜରୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।

୩ ଟି ବିଭାଗରେ ସମସ୍ତଙ୍କୁ ସମ୍ମାନୀତ କରାଯାଇଥିଲା । ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦ୍ରୋଣଚାର୍ଜ, କଲେଜର ଭଲ ଛାତ୍ର ଛାତ୍ରୀଙ୍କୁ ଅର୍ଜୁନ ଆୱାର୍ଡ଼ ସମ୍ମାନ ସହ କଲେଜରେ ଭଲ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରତିଭା ନିର୍ମାଣ ସମ୍ମାନ ୨୦୨୩ ଦିଆଯାଇଥିଲା। ସହରୀ ଯୋଜନା ଉପରେ ଏକ ଆଲୋଚନଚକ୍ରରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପ୍ରତିଷ୍ଠିତ ଇଂଜିନିୟର ମାନେ ପିଲା ମାନଙ୍କୁ ସେହି ଉପରେ ବୁଝାଇବା ସହ ସେମାନଙ୍କର ପ୍ରଶ୍ନ ଉତ୍ତର ରଖିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.