Below header

ଅଗ୍ନିକାଣ୍ଡ ପରେ ଅଚଳ ହୋଇପଡିଛି ଏମକେସିଜି ସୁପର ସ୍ପେସାଲିଟି ବିଲଡିଂରେ ଥିବା ୟୁରୋଲୋଜି ବିଭାଗର ଓଟି

ବ୍ରହ୍ମପୁର (କେନ୍ୟୁଜ୍): ଅଗ୍ନିକାଣ୍ଡ ପରେ ଅଚଳ ହୋଇପଡିଛି ଓଟି । ବ୍ରହ୍ମପୁର ଏମକେସିଜି ମେଡିକାଲ ସୁପର ସ୍ପେସାଲିଟି ବିଲଡିଂରେ ଥିବା ୟୁରୋଲୋଜି ବିଭାଗ ଓଟି ଅଲୋଡା ହୋଇପଡିଛି । ଗତ ଅଗଷ୍ଟ ୨୬ ତାରିଖରେ ଅଗ୍ନିକାଣ୍ଡ ହୋଇଥିଲେ ବି ଏପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ ।

ଏପରିକି ସେହି ମହଲାରେ ଥିବା ଅନ୍ୟ ଓଟି ଗୁଡିକ ମଧ୍ୟ ଅଚଳ ହୋଇପଡିଛି । ୟୁରୋଲୋଜି ବିଭାଗ ଓଟିର ସିଲିଂରେ ନିଆଁ ଲାଗିଯାଇଥିଲା । ନିଆଁ ବ୍ୟାପିବା ପୂର୍ବରୁ ତୁରନ୍ତ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ଫଳରେ ବଡ ଅଘଟଣ ଟଳିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.