ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ବାଲେଶ୍ୱରର ଦୁଇ ପଜିଟିଭ

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ।  ବାଲେଶ୍ୱରର ଆଉ ୨ ପଜିଟିଭ ଚିହ୍ନଟ। ୧୦ରେ ପହଞ୍ଚିଲା ବାଲେଶ୍ୱର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ ବର୍ଷୀୟ ମହିଳା ଥିବା ବେଳେ ଆଉ ଜଣେ ୩୫ ବର୍ଷୀୟ ପୁରୁଷ ଅଛନ୍ତି ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ମୋଟ ଆକ୍ରାନ୍ତ ୮୯ । ବର୍ତ୍ତମାନ ସକ୍ରିୟ ସଂଖ୍ୟା ୫୫ ବୋଲି ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦେଇଛି, କିଛି ସମୟ ପୂର୍ବରୁ ଯାଜପୁରର ୪ ପଜେଟିଭ ଚିହ୍ନଟ ହୋଇଥିଲେ । ସୂଚନା ଅନୁଯାୟୀ ବର୍ତ୍ତମାନ ସମୟରେ ୫୫ ଜଣ ଚିକିତ୍ସା ଧୀନ ଥିବା ବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି ଚିହ୍ନଟ ହୋଇଥିବା ଚାରି ଆକ୍ରାନ୍ତ ଯାଜପୁର ଜିଲ୍ଲାର ହୋଇଥିବା ନେଇ ସୂଚନା ମିଳିଛି । ଏହାକୁ ମିଶାଇ ଯାଜପୁର ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି

Leave A Reply

Your email address will not be published.