ବନ୍ଧାହେଲେ କୋଟିପତି ଅଙ୍ଗନଓ୍ଵାଡି କର୍ମୀ, କୋଟିଏ ୧୪ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ

ପୁରୀ (କେନ୍ୟୁଜ୍‌) : ପୁଣି ଗିରଫ ହୋଇଛନ୍ତି ଆଉ ଜଣେ କୋଟିପତି ଅଙ୍ଗନଓ୍ଵାଡି କର୍ମୀ । ପୁରୀ ବାସେଳିସାହିର ଅଙ୍ଗନବାଡ଼ି କର୍ମୀ ସଂଧ୍ୟାରାଣୀ ଭଟ୍ଟକୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ । ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗତକାଲି ତାଙ୍କ ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରିଥିଲା । ବର୍ତ୍ତମାନ ସୁଦ୍ଧା କୋଟିଏ ୧୪ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଜଣେ ଅଙ୍ଗନବାଡ଼ି କର୍ମୀ କିଭଳି କୋଟିପତି ହେଲେ ଖୋଳତାଡ କରୁଛି ଭିଜିଲାନ୍ସ । ତଦନ୍ତ ବେଳେ ଜଣାପଡିଲା, ସଂଧ୍ୟାରାଣୀ ନିଜେ ଏକ ଛତୁଆ କମ୍ପାନୀ କରିଛନ୍ତି । ଯେଉଁ ଛତୁଆକୁ ବିଭିନ୍ନ ଅଙ୍ଗନବାଡ଼ିକୁ ସପ୍ଲାଏ କରନ୍ତି । ଯାହାକୁ ନେଇ ପୂର୍ବରୁ ଅଭିଯୋଗ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.