ଆସନ୍ତାକାଲି ଠାରୁ ୩୧ ତାରିଖ ଯାଏ ଥରିବ ରାଜ୍ୟ

ଭୁବନେଶ୍ୱର (କେନ୍ୟୁଜ୍‌) : ଆହୁରି ଥରାଇବ ଶୀତ। ଆଗାମୀ ସପ୍ତାହେ ଯାଏ ଶୀତରୁ ନାହିଁ ନିସ୍ତାର। ଅସହ୍ୟ ଶୀତ ନେଇ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। କେବଳ ଫୁଲବାଣୀ ନୁହେଁ ରାଜ୍ୟର ଉପକୂଳରୁ ଉପାନ୍ତ, ଆଭ୍ୟନ୍ତରୀଣ ଅଞ୍ଚଳ ସବୁଠି ଅସହ୍ୟ ଶୀତ ଲହରୀ ଜାରି ରହିଛି। ଶୀତ ସାଙ୍ଗକୁ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ପ୍ରବଳ ଶୀତରେ ଦେହ ହାତ ଥରୁଛି। ନିଆଁ ଜାଳି ଲୋକମାନେ ବସୁଥିବା ଦେଖାଯାଉଛି। ଆସନ୍ତା କାଲିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରି ସେଲସିୟସ ଓ ଉପକୂଳ ଓଡିଶାରେ ୨ରୁ ୩ ଡିଗ୍ରି ସେଲସିୟସ କମିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତାକାଲି ଠାରୁ ୩୧ ତାରିଖ ଯାଏ ଥରିବ ରାଜ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.