Below header

ଆରମ୍ଭ ହେଲା ଓଡ଼ିଶାର ସର୍ବପ୍ରଥମ ଟାଉନ ପ୍ଲାନିଂ ସ୍କିମ ଯୋଜନା

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଶାର ସର୍ବପ୍ରଥମ ଟାଉନ ପ୍ଲାନିଂ ସ୍କିମ ଯୋଜନା ଆରମ୍ଭ। ଏହାସହ ଜମି ପଟ୍ଟା ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୋଜନାର ଶୁଭାରମ୍ଭ କରି ୫ଜଣଙ୍କୁ ଘରବାଡ଼ି ପଟା ବଣ୍ଟନ କରାଯାଇଛି। ଭିଡିଓ କନ୍ଫରେନ୍ସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହରାଞ୍ଚଳ ବିକାଶରେ ଓଡ଼ିଶା ହେବ ରୋଲ ମଡେଲ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପଟା ପାଇଥିବା ବ୍ୟକ୍ତିମାନେ ସେମାନଙ୍କ ଜମିର ୪୦ ପ୍ରତିଶତ ବିଡିଏକୁ ପ୍ରଦାନ କରିଛନ୍ତି। ଏହା ବଦଳରେ ବିଡିଏ ସେହି ସ୍ଥାନରେ ସମସ୍ତ ଭିତ୍ତିଭୂମିର ବିକାଶ କରିବ। ଏବେ ସମସ୍ତ ଜମିର ମାଲିକାନା ଜମିମାଲିକଙ୍କ ନାଁରେ ରହିବ। ଏହି ଯୋଜନାର ଆରମ୍ଭ ସହ ସହରାଞ୍ଚଳର ଯୋଜନାବଦ୍ଧ ବିକାଶ ଦିଗରେ ନୂଆ ପଦକ୍ଷେପ ଆରମ୍ଭ ହୋଇଛି। ଏହାପରେ ଭୁବନେଶ୍ୱରର ଅନ୍ୟ ଅଞ୍ଚଳଗୁଡ଼ିକରେ ଏହି ଯୋଜନାର କାର୍ଯ୍ୟକାରୀ କରାଯିବ। ୫୮ଟି ରାଜସ୍ୱ ଗ୍ରାମରେ ସମୁଦାୟ ୪୫ଟି ଟାଉନ ପ୍ଲାନିଂ ସ୍କିମରେ ୬୫ କିମି ବିଶିଷ୍ଟ ରିଙ୍ଗ ରୋଡର ବ୍ୟବସ୍ଥା ମଧ୍ୟ ହୋଇଛି। ୪ଟି ଗ୍ରାମ ସାହାଜପୁର, ନାରଗୋଡ଼ା, ସିଜୁପୁଟ ଏବଂ ପାଇକରାପୁରରେ ୭୪୬.୭୦ ଏକରର ୩୦୧୭ଟି ପ୍ଲଟରେ ଟାଉନ ପ୍ଲାନିଂର ବ୍ୟବସ୍ଥା ହୋଇଛି। ଏହାସହ ସାମାଜିକ ଓ ଭୌତିକ ଭିତ୍ତିଭୂମି ବିକାଶର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସାହାଜପୁର ଗ୍ରାମର ୩୫୮ ପ୍ଲଟର ପଟ୍ଟା ପ୍ରଦାନ କରାଯାଇଛି। ବିଡିଏରେ ଟାଉନ ପ୍ଲାନିଂ ପାଇଁ ସ୍ୱତନ୍ତ୍ର ସେଲ ଖୋଲାଯାଇଛି। ଭୁବନେଶ୍ୱରବାସୀଙ୍କ ପାଇଁ ଏହି ଯୋଜନା ସହାୟକ ହେବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.