ରାସ୍ତାକଡ଼ ଦୋକାନୀଙ୍କୁ ବିଏମ୍ସି ଲଗାଇବ ଫାଇନ୍, ଦୁଇଟି ଡଷ୍ଟବିନ୍ ନରଖିଲେ ଦୋକାନ ବନ୍ଦ

ଭୁବନେଶ୍ୱର (କେ ନ୍ୟୁଜ୍) : ଭୁବନେଶ୍ୱର ମହାନଗର ନିଗମ ଏବେ କଡ଼ା ନଜର ରଖିବ ରାସ୍ତାକଡ଼ ଉଠା ଦୋକାନୀଙ୍କ ଉପରେ । ପୂର୍ବରୁ ସେମାନଙ୍କୁ ନିର୍ଦ୍ଦେଶ ହୋଇଥିଲା କି ସେମାନେ ଦୁଇଟି ଡଷ୍ଟବିନ୍ ଦୋକାନ ପାଖରେ ରଖିବେ । ଗୋଟିକରେ ଶୁଖିଲା ଓ ଅନ୍ୟଟିରେ ଓଦା ବର୍ଜ୍ୟବସ୍ତ ପକାଇବେ । ତେବେ ଅଧିକାଂଶ ଦୋକାନୀ ଏହି ନିୟମ ପାଳନ କରୁ ନାହାନ୍ତି । ତେଣୁ ଆସନ୍ତା ୨୮ ତାରିଖରୁ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯିବାକୁ ନିର୍ଦ୍ଦେଶ ହୋଇଛି ।
ଯଦି ନିୟମ ପାଳନ ନକରନ୍ତି ତେବେ ସଂପୃକ୍ତ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଇନ୍ ଲାଗିବ ଏବଂ ଆବଶ୍ୟକ ସ୍ଥଳରେ ଦୋକାନ ସିଲ୍ କିମ୍ବା ଉଚ୍ଛେଦ କରାଯିବ । ଏ ନେଇ ବିଏମ୍ସି ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
ରାଜଧାନୀକୁ ସ୍ୱଚ୍ଛ ରଖିବା ସହ ଉଠା ଦୋକାନୀ ଓ ରାସ୍ତାକଡ଼ ବ୍ୟବସାୟୀଙ୍କୁ ଶୃଙ୍ଖଳିତ କରିବା ପାଇଁ ବିଏମ୍ସି ଏଭଳି ପଦକ୍ଷେପ ନେଇଛି । ଦୁଇଟି ଡଷ୍ଟବିନ୍ ରଖିବା ସହ ସେମାନେ ରାସ୍ତା ଅବରୋଧ ନକରି ସ୍ୱଚ୍ଛତା ବଜାୟ ରଖିବାକୁ କୁହାଯାଇଛି ।