Below header

ଟେଲିମେଡିସିନ୍‌ ଜରିଆରେ ଭୁବନେଶ୍ୱର ଏମ୍‌ସ ଡାକ୍ତରଙ୍କୁ ଯୋଗାଯୋଗ କରନ୍ତୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ଏମ୍‌ସରେ ସାଧାରଣ ଲୋକଙ୍କ ପାଇଁ ପୂର୍ବରୁ ଟେଲିମେଡିସିନ୍‌ ବ୍ୟବସ୍ଥା ହୋଇ ସାରିଛି। ଏଥିପାଇଁ ୯ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ରଖା ଯାଇଥିଲା । ଏବେ ଏଥିରେ ଅନ୍ୟ କିଛି ବିଶେଷ ରୋଗ ପାଇଁ ବିଶେଷଜ୍ଞ ଡାକ୍ତରଙ୍କୁ ଯୋଡ଼ା ଯାଇଛି । ଇଏନ୍‌ଟି ଏବଂ ଚର୍ମରୋଗ ବିଶେଷଜ୍ଞଙ୍କ ସହ ମଧ୍ୟ ଆପଣମାନେ ହ୍ଵାଟସଆପ୍‌ ଟେଲିଫୋନ୍‌ କଲ୍‌ କିମ୍ବା ହ୍ଵାଟସଆପ୍‌ ଭିଡିଓ କଲ୍‌ କରି ପରାମର୍ଶ ନେଇ ପାରିବେ ।
ଡାକ୍ତରଙ୍କ ଟେଲିଫୋନ୍‌ ନମ୍ବର ଦିଆଯାଇଛି । ରୋଗୀମାନେ ଡାକ୍ତରଖାନା ନଯାଇ ଏହି ନମ୍ବରରେ ସେମାନଙ୍କୁ ସକାଳ ୯ଟାରୁ ଦିନ ଗୋଟାଏ ମଧ୍ୟରେ ଯୋଗାଯୋଗ କରି ପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.