ଗୁଗଲରେ ଖୋଜୁଛନ୍ତି କି କରୋନା ରୋଗର ଚିକିତ୍ସା ତାହେଲେ ହୋଇଯାଆନ୍ତୁ ସାବଧାନ

ଆଜିର ଯୁବପିଢ଼ି ଗୁଗୁଲରେ ପ୍ରାୟ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଖୋଜନ୍ତି । ପରିସ୍ଥିତି ଏପରି ହେଲାଣି ଯେ ବର୍ତ୍ତମାନ ଲୋକମାନେ ଗୁଗୁଲରେ ରୋଗର ଚିକିତ୍ସା ମଧ୍ୟ ଖୋଜୁଛନ୍ତି, କିନ୍ତୁ ଗୁଗୁଲ ଉପରେ ନିର୍ଭରଶୀଳତା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ । ତେବେ ଏହାପୂର୍ବରୁ ମଧ୍ୟ ଗୁଗୁଲରେ ରୋଗର ଚିକିତ୍ସା ଖୋଜିବା ହେତୁ ଏହା ପୂର୍ବ ଅପେକ୍ଷା ଅଧିକ ଖରାପ ହୋଇପଡିଛି ବୋଲି ଅନେକ ରିପୋର୍ଟ ପ୍ରକାଶ ପାଇଛି ।

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଅନେକ ଲୋକ ପରୀକ୍ଷା ନକରି ଗୁଗୁଲରେ କରୋନାର ଚିକିତ୍ସା ଖୋଜୁଛନ୍ତି । ଅନେକ ନକଲି ଇ-କମର୍ସ ଓ ଫାର୍ମା କମ୍ପାନୀ ଏହାର ଫାଇଦା ନେଉଥିବାବେଳେ ସତ୍ୟ ହେଉଛି ଯେ ଏପର୍ଯ୍ୟନ୍ତ କରୋନା ଭୁତାଣୁ ପାଇଁ କୌଣସି ଔଷଧ ବାହାରି ନାହିଁ ।

How to use Google image search on an iPhone

ଗୁଗୁଲ୍ ଏବଂ ସୋସିଆଲ୍ ମିଡିଆରେ ଆପଣ କରୋନା ଜୀବାଣୁ ପାଇଁ ଅନେକ ଚିକିତ୍ସା ପାଇବେ, ଯାହାକି ସମ୍ପୂର୍ଣ୍ଣ ଭିତ୍ତିହୀନ । ଗୁଗୁଲରେ ଆପଣ ଅନେକ ୱେବ୍ ଲିଙ୍କ୍ ପାଇବେ ଯାହା ଗୋମୂତ୍ର, କ୍ଲୋରୋକ୍ୱିନ, କୋଲଏଡାଲ୍ ସିଲଭର, ଭିଟାମିନ୍ ଏବଂ ଚା ଦ୍ୱାରା କରୋନା ଆରୋଗ୍ୟ ହୋଇପାରିବ ବୋଲି ଦାବି କରିଥାଏ । ଏହା ବ୍ୟତୀତ ଅନେକ ଫାର୍ମା କମ୍ପାନୀ ମଧ୍ୟ ଅନଲାଇନରେ ନକଲି ହୋମ ଟେଷ୍ଟ କିଟ୍ ବିକ୍ରି କରୁଛନ୍ତି ।

ଗୁଗୁଲରେ ଏହିପରି ସୂଚନା ଏବଂ ଲିଙ୍କ୍ ଦ୍ୱାରା ବେଳେବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଅସୁବିଧାରେ ପଡ଼ନ୍ତି । ସରକାରଙ୍କୁ ବାରମ୍ବାର ଲୋକଙ୍କୁ କହିବାକୁ ପଡୁଛି ଯେ କରୋନା ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା ବାହାରି ନାହିଁ, ଗୁଜବ ଏବଂ ନକଲି ଔଷଧଠାରୁ ଦୂରରେ ରୁହନ୍ତୁ । ଏଭଳି ସ୍ଥିତିରେ, ଗୁଗୁଲରେ କରୋନା ଭାଇରସ ଏବଂ ଅନ୍ୟ କୌଣସି ରୋଗ ପାଇଁ ଆପଣ ଚିକିତ୍ସା ଖୋଜନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.