Below header

ଖୋରଧା ଜିଲ୍ଲା ପୋଲିସ ଦ୍ଵାରା କୁହୁଡି ଗ୍ରାମରେ ମାକ୍ସ, ଶୁଖିଲା ଖାଦ୍ୟ ଓ ପାଣି ବୋତଲ ବଣ୍ଟନ

ଟାଙ୍ଗୀ,  (କେ ନ୍ୟୁଜ ) : ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସ ଓ କୁହୁଡି ପୋଲିସ ଫାଣ୍ଡି ତରଫରୁ କୁହୁଡି ଗ୍ରାମ୍ୟ ବ୍ୟାଙ୍କ, ଏସ.ବି. ଆଇ କିୟୌସ୍କୋ ବ୍ୟାଙ୍କ ଓ ବିଭିନ୍ନ ଜାଗାରେ ନିରାଶ୍ରୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ପାଣି, ଓ ମାସ୍କ ବଣ୍ଟନ କରିବା ସହ ଜନସାଧାରଣଙ୍କୁ କରୋନା ବିଷୟରେ ସଚେତନତା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଡି. ଏସ.ପି ସତୀଶ ପାଢ଼ୀ, କୁହୁଡି ପୋଲିସ ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ, ନନ୍ଦକିଶୋର ସ୍ୱାଇଁ , ସାମ୍ବାଦିକ ମନୋଜ କୁମାର ନାଇଡୁ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । କରୋନାକୁ ପ୍ରତିହତ କରିବାକୁ ହେଲେ ନିଜ ନିଜ ଘରେ ରୁହନ୍ତୁ ଓ ସାମାଜିକ ଦୁରତା ନିୟମକୁ ମାନନ୍ତୁ ବୋଲି ସାଧାରଣ ଜନତାଙ୍କୁ ନିବେଦନ କରିଥିଲେ ପୋଲିସ ପ୍ରଶାସନ ।

TANGI-1

ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠିତ ମା ଗୌରୀ କଲଚୁରାଲ ଅର୍ଗାନାଇଜେସନର ସଭ୍ୟମାନେ ସହଯୋଗ କରିବା ସହ କରୋନା ଯୋଦ୍ଧା ପୋଲିସକୁ ସଂଗଠନର ସଭ୍ୟ ଡି. ରମେଶ ନାଇଡୁ, ଏସ ଲୋକନାଥ, ବି. ସନ୍ତୋଷ, ଏମ. ଜୟରାମ, ନିଗମ ନାଇଡୁ, ବି.ବିଜୁ ପ୍ରବୃତ୍ତି ସମ୍ମାନିତ କରିଥିଲେ । ପୋଲିସର ଏଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣର ବେଶ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.