Below header

ପୁରୀ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ୪ ବର୍ଷ ହେବ ଶିକୁଳିରେ ବନ୍ଧା ହୋଇଛନ୍ତି ଆକାଶ

ପୁରୀ :୪ ବର୍ଷ ହେବ ଶିକୁଳିରେ ବନ୍ଧା ହୋଇଛନ୍ତି ଆକାଶ । ହାତ ଗୋଡ ବନ୍ଧା ହୋଇ ଜୀବନ କାଟୁଛନ୍ତି । ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ। ପୁରୀ ଜିଲ୍ଲା ଗୋପ କୋଲର ଗାଁରେ ଧନୁ କାଣ୍ଡିକଙ୍କ ପରିବାର ରହନ୍ତି । ପରିବାରରେ ପତ୍ନୀ, ଗୋଟିଏ ଝିଅ ଓ ଦୁଇଟି ପୁଅ ଅଛନ୍ତି । ମଝିଆ ପୁଅ ଆକାଶ ଦୁଇ ବର୍ଷର ହୋଇଥିବା ବେଳେ ମାନସିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପରିବାର ଲୋକେ କଟକ ବଡ ଡାକ୍ତରଖାନାରୁ ଆରମ୍ଭ କରି ଅନେକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି । ପୁଅର ଚିକିତ୍ସା ପାଇଁ ଧନୁ ବିଭିନ୍ନ ଆଡୁ ଧାର କରଜ କରିଛନ୍ତି । ଆକାଶଙ୍କୁ ସମ୍ପୂର୍ଣ୍ଣ ଭଲ ହେବା ପାଇଁ ଅଧିକ ଟଙ୍କା ଦରକାର ବୋଲି ଡାକ୍ତର କହିଛନ୍ତି । ଧନୁ ମୁଲ ଲାଗିଲେ ୫ ପ୍ରାଣୀ କୁଟୁମ୍ବ ଚଳନ୍ତି । ଆକାଶଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ପରିବାର ଲୋକେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ସେପଟେ ଆକାଶଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ସହ କଥା ହୋଇ ପଦକ୍ଷେପ ନେବେ ବୋଲି ଗୋପ ତହସିଲଦାର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.