ଇନଷ୍ଟା ଫଟୋ ହେଲା କାଳ, ଧରାପଡିଗଲେ ୬୨ ଲକ୍ଷ ଚୋରି କରିଥିବା ବ୍ୟାଙ୍କ କର୍ମଚାରୀ

କୌଣସି ଚୋର ଚୋରି କରିବା ପରେ ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ୍‌ କରିବା କଥା ଆପଣ ଶୁଣିନଥିବେ। କିନ୍ତୁ ଏଭଳି ଏକ ଘଟଣା ଆମେରିକାର ନର୍ଥ କେରୋଲିନାରେ ଘଟିଛି। ଯେଉଁଠି ଜଣେ ଚୋର ଚୋରି କରିବା ପଇସା ସହିତ ଫଟୋ ଉଠାଇବା ମହଙ୍ଗା ସାବ୍ୟସ୍ତ ହୋଇଛି। ଏଠାରେ ଜଣେ ବ୍ୟକ୍ତି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬୨ ଲକ୍ଷ ଟଙ୍କା ଚୋରି କରିବା ପରେ ସବୁ ନୋଟ୍‌ ସହିତ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଥିଲେ। ଯେଉଁଥି ପାଇଁ ତାଙ୍କ ପୋଲିସ ଗିରଫ କରିନେଇଛି।

car

ଆରଲାଣ୍ଡୋ ହେଣ୍ଡରସନ ନାମକ ଏହି ବ୍ୟକ୍ତି ଚାରଲୋଟ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁଟ ସହିତ କାମ କରୁଛନ୍ତି। ସେ ଗ୍ରାହକଙ୍କ ଡିପୋଜିଟ୍‌ ଆକାଉଣ୍ଟରୁ ୮୮ ହଜାର ଡଲାର ଫ୍ରଡ୍‌ କରି ଚୋରି କରିଛନ୍ତି। ଭାରତୀୟ ମୁଦ୍ରା ମୂଲ୍ୟରେ ଏହା ପାଖାପାଖି ୬୩ ଲକ୍ଷ ଟଙ୍କା। ୧୮ ଥରରେ ସେ ଅଲଗା ଅଲଗା ଲୋକଙ୍କ ଆକାଉଣ୍ଟରୁ ଏହି ପଇସା ଚୋରାଇଛନ୍ତି। ଆରଲାଣ୍ଡୋ ନିଜ ଇନଷ୍ଟାଗ୍ରାମରେ ଅନେକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସବୁ ଫଟୋରେ ସେ ପଇସା ଧରିଥିବା ନଜର ଆସିଥିଲେ। ଏହାକୁ ଆଧାର କରି ଆମେରିକା ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏହା ସହିତ ନିଜର ଏକ ନୂଆ ମର୍ସିଡିଜ ଗାଡିର ଇଏମ୍‌ଆଇ ପେମେଣ୍ଟ ମଧ୍ୟ କରିଛନ୍ତି। ଏହି ଚୋରି ପାଇଁ ଆରଲାଣ୍ଡୋଙ୍କୁ ୩୦ ବର୍ଷ କାରାଦଣ୍ଡ ସହ ୧ ମିଲିୟନ ଡଲାର ଜରିମାନା ଦେବାକୁ ପଡିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.