Below header

ଦୀର୍ଘ ୨୦ ବର୍ଷ ଧରି ପାଣି ଭିତରେ ରହୁଛନ୍ତି ଏହି ମହିଳା, ଖାଇବା ବି ପୋଖରୀରେ କିନ୍ତୁ କାହିଁକି ଜାଣନ୍ତୁ

ଶୀତ ଋତୁ ଜାରୀ ରହିଛି। ଏମିତିରେ ବାହାରକୁ ବାହାରିବା ମୁସକିଲ ହୋଇପଡୁଛି। ଭାରତରେ ଅନେକ ସହରରେ ଶୀତର ତାପମାତ୍ରା ଅଧିକ ଅଛି। ଅନେକ ଲୋକ ପାଣିକୁ ଛୁଇଁବାକୁ ଶହେ ଥର ଚିନ୍ତା କରନ୍ତି ତ ଆଉ କେହି ଶୀତୁଆ ସକାଳ ପାଗରେ ଗାଧୋଇବାକୁ ଡରନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ ଜଣାଇବୁ ଯିଏ ଗରମ ହେଉ କିମ୍ବା ଅତ୍ୟଧିକ ଥଣ୍ଡା ଦୀର୍ଘ ୨୦ ବର୍ଷ ଧରି ପାଣୀ ଭିତରେ ହିଁ ରହୁଛନ୍ତି। ଏହା ପଛରେ ଥିବା କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇଦେବ।

ପଶ୍ଚିମବଙ୍ଗର କଟଓ୍ଵା ଜିଲ୍ଲାରେ ଗୋଇଓ୍ଵା ଗାଁରେ ରହୁଥିବା ଜଣେ ୬୦ ବର୍ଷିୟ ମହିଳା ଦୀର୍ଘ ୨୦ ବର୍ଷ ଧରି ପ୍ରତିଦିନ ସକାଳୁ ଉଠି ପୋଖରୀରେ ବୁଡି ରହୁଛନ୍ତି। ସେ ପ୍ରତ୍ୟେକଦିନ  ପାଣୀରେ ୧୨ ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ ରୁହନ୍ତି ଏବଂ ସଂଧ୍ୟା ହେଲେ ପୁଣି ଘରକୁ ଫେରି ଆସନ୍ତି। ମହିଳା ନିଜର ସବୁ ସମୟ ବେକ ଯାଏଁ ପାଣିରେ ରହି କାଟନ୍ତି। ସେ ୧୯୯୮ ମସିହାରୁ ଏମିତି କରୁଛନ୍ତି।

waterମହିଳାଙ୍କ ପରିବାର ଲୋକ ଜଣାଇଛନ୍ତି ଯେ ସେ ଏକ ରୋଗ ପାଇଁଏପରି କରିଛନ୍ତି। ତାଙ୍କ ତ୍ୱଚାରେ ପହୁତ ଜ୍ୱଳନ ହୋଇଥାଏ ଏଥିପାଇଁ ସେ  ଦିନର ସବୁ ସମୟ ପାଣୀରେ ହିଁ କାଟନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ପୋଖରୀରେ ହିଁ ଭୋଜନ କରନ୍ତି। ମହିଳା ଜଣଙ୍କ ନିଜର ଏହି ରୋଗ କାରଣରୁ ବଞ୍ଚିବାର ବାଟ ଏପରି ଭାବେ ବାଛି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.