Below header

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ

ଭୁବନେଶ୍ବର(କେନ୍ୟୁଜ୍) : ସାରା ରାଜ୍ୟରେ ବହିଲାଣି ନିର୍ବାଚନୀ ଲୁ । ଅପ୍ରେଲ୍‌ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ପାଇଁ ଭୋଟ୍‌ ନିଆଯିବ । ଏଥିପାଇଁ ମାର୍ଚ୍ଚ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୫ ମାର୍ଚ୍ଚରେ ରହିଛି ନାମାନଙ୍କନ ଦାଖଲର ଶେଷ ଦିନ।

ରାଜ୍ୟରେ ନିର୍ବାଚନ ସୁପରିଚାଳନା ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ଏନେଇ ଆଜି ବସିଥିଲା ସର୍ବଦଳୀୟ ବୈଠକ। ଆଦର୍ଶ ଆଚରଣ ବିଧି ସମ୍ପର୍କରେ ରାଜନୈତିକ ଦଳଗୁଡ଼ିକୁ ଅବଗତ କରାଯାଇଛି। ସେହିପରି ଇଭିଏମ୍‌ର ସୁରକ୍ଷା ସହ ପ୍ରାର୍ଥୀ ଓ ଦଳ କଣ କରିବେ ଓ କଣ କରିବେ ନାହିଁ, ସେ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଛି। ସେହିପରି ଚଳିତବର୍ଷ ନିର୍ବାଚନ କମିଶନର ଲାଗୁ କରିଥିବା ନୂଆ ନିୟମ ସମ୍ପର୍କରେ ମଧ୍ୟ ବିଭିନ୍ନ ଦଳକୁ ଜଣାଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ଏପ୍ରିଲ୍‌ ୧୧ ତାରିଖରେ ପ୍ରଥମ ପର‌୍ୟ୍ୟାୟରେ ୪ଟି ଲୋକସଭା ଆସନ ପାଇଁ ଭୋଟ୍‌ ନିଆଯିବ । ଏଥିପାଇଁ ମାର୍ଚ୍ଚ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୫ ମାର୍ଚ୍ଚରେ ରହିଛି ନାମାନଙ୍କନ ଦାଖଲର ଶେଷ ଦିନ। ଏହା ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର‌୍ୟ୍ୟାଳୟରେ ସର୍ବଦଳୀୟ ବୈଠକରେ ନିର୍ବାଚନ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.