Below header

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାରେ ବିଳମ୍ବ ଓ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା ଦେଖାଯାଇଛି । ମୃତ ମହିଳା ଜଣଙ୍କ ହେଲେ ରେଢ଼ାଖୋଲ ଥାନା ଶ୍ୟାମପୁର ଗାଁର ୬୨ବର୍ଷୀୟା ଇନ୍ଦୁମତି ସାହୁ।

ରେଢ଼ାଖୋଲ (କେନ୍ୟୁଜ): ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାରେ ବିଳମ୍ବ ଓ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା ଦେଖାଯାଇଛି ।  ମୃତ ମହିଳା ଜଣଙ୍କ ହେଲେ ରେଢ଼ାଖୋଲ ଥାନା ଶ୍ୟାମପୁର ଗାଁର ୬୨ବର୍ଷୀୟା ଇନ୍ଦୁମତି ସାହୁ ।

ସୂଚନା ଅନୁଯାୟୀ ଇନ୍ଦୁମତି ଶୋଇଥିବାବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ତେବେ ଚିକିତ୍ସାରେ ବିଳମ୍ବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।  ରୋଗୀ ମୃତ୍ୟୁ ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।  ରେଢ଼ାଖୋଲ ପୋଲିସ ମେଡିକାଲରେ ପହଞ୍ଚି ମୃତଙ୍କ ପରିବାରକୁ ବୁଝାସୁଝା କରିଛି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.