ଭୁବନେଶ୍ବରର ପ୍ରତିଷ୍ଠିତ ହୋଟେଲ ମ୍ୟାନେଜମେଣ୍ଟ କଲେଜରେ ରାଗିଂ ଅଭିଯୋଗ: ସିନିଅରଙ୍କ ଆକ୍ରମଣରେ ଦୁଇ ଜୁନିଅର ଛାତ୍ର ଆହତ
୩ ଆହତ ଛାତ୍ର ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ଏ ନେଇ ଅଭିଯୋଗ କଲେ ଆହତ ଛାତ୍ରଙ୍କ ପରିବାର। ଲୁହାରଡ଼ ଓ କାଠ ଫାଳିଆରେ ନିର୍ଦ୍ଧୁମ ମାଡ଼ ହୋଇଥିବା ସୂଚନା ମିଳିଛି। ଆହତ ଛାତ୍ର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଇଛନ୍ତି।
![ragging](https://knewsodisha.com/wp-content/uploads/2023/10/ragging.jpg)
ଭୁବନେଶ୍ବର(କେନ୍ୟୁଜ୍): କଲେଜରେ ରାଗିଂ ଅଭିଯୋଗ। ଭୁବନେଶ୍ବରର ଏକ ପ୍ରତିଷ୍ଠିତ ହୋଟେଲ ମ୍ୟାନେଜମେଣ୍ଟ କଲେଜରେ ରାଗିଂ ଅଭିଯୋଗ।ସିନିଅରଙ୍କ ଆକ୍ରମଣରେ ଦୁଇ ଜୁନିଅର ଛାତ୍ର ଆହତ ହୋଇଛନ୍ତି। ୩ ଆହତ ଛାତ୍ର ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ଏ ନେଇ ଅଭିଯୋଗ କଲେ ଆହତ ଛାତ୍ରଙ୍କ ପରିବାର। ଲୁହାରଡ଼ ଓ କାଠ ଫାଳିଆରେ ନିର୍ଦ୍ଧୁମ ମାଡ଼ ହୋଇଥିବା ସୂଚନା ମିଳିଛି।
ଗୁରୁତର ଛାତ୍ର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଇଛନ୍ତି। ଅଭିଯୋଗ ଆସିଛି ଯେ ବାରମ୍ବାର ଏହି ହୋଟେଲ ମ୍ୟାନେଜମେଣ୍ଟ କଲେଜରେ ହେଉଛି ଗଣ୍ଡଗୋଳ। ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ରାଗିଂ ବଢୁଛି। ତୁରନ୍ତ ରାଗିଂ କରୁଥିବା ଛାତ୍ରଙ୍କୁ ଗିରଫ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।