ଆରମ୍ଭ ହେଲା ଫେଷ୍ଟିଭ୍ ସିଜନ୍ ସେଲ୍, ଏହି ପ୍ରଡକ୍ଟରେ ମିଳୁଛି ଭାରି ଡିସକାଉଣ୍ଟ
ଫ୍ଲିପକାର୍ଟ ବିଗ୍ ବିଲିୟନ ଡେଜ୍ ସେଲ୍ର ଅଫିସିଆଲ ଡେଟ୍ ଏକ ସପ୍ତାହ ପୂର୍ବରୁ ଘୋଷଣା କରାଯାଇଥିଲା ଏବଂ ଆଜି ଠାରୁ ଅର୍ଥାତ ୮ ଅକ୍ଟୋବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଏହି ସେଲ୍ ଚାଲିବ । ସେହିପରି ଇ-କମର୍ସ ସାଇଟ୍ ଆମାଜନ୍ରେ ମଧ୍ୟ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ୍ ସେଲ୍ ଆରମ୍ଭ ହୋଇଯାଇଛି ।
ଆରମ୍ଭ ହୋଇଯାଇଛି ଫେଷ୍ଟିଭ ସିଜିନ ସେଲ । ଡ୍ରେସ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ ଜିନିଷ ପର୍ଯ୍ୟନ୍ତ ସବୁ ଜିନିଷର ଲାଭ ଉଠାଇ ପାରିବେ ଆପଣ । ଦୀର୍ଘ ସମୟ ଧରି ଜିନିଷ କିଣିବା ନେଇ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ ।
ଫ୍ଲିପକାର୍ଟ ବିଗ୍ ବିଲିୟନ ଡେଜ୍ ସେଲ୍ର ଅଫିସିଆଲ ଡେଟ୍ ଏକ ସପ୍ତାହ ପୂର୍ବରୁ ଘୋଷଣା କରାଯାଇଥିଲା ଏବଂ ଆଜି ଠାରୁ ଅର୍ଥାତ ୮ ଅକ୍ଟୋବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଏହି ସେଲ୍ ଚାଲିବ । ଏହି ସେଲ୍ରେ ଫ୍ଲିପକାର୍ଟ ଅନେକ ପ୍ରଡକ୍ଟ ଉପରେ ଭାରି ଡିସକାଉଣ୍ଟ ଦେଉଛି । ଆପଣ ମଧ୍ୟ ଏହି ସେଲ୍ର ଲାଭ ଉଠାଇ ପାରିବେ । ସ୍ମାର୍ଟଫୋନ୍, ଲାପଟପ୍, ଟାବଲେଟ୍, ସ୍ମାର୍ଟ ୱାଚ୍, ଇୟରବଡ୍, ସ୍ମାର୍ଟ ଟିଭି ସାଙ୍ଗକୁ ନୂଆ ଲଞ୍ଚ ହୋଇଥିବା ଅନେକ ପ୍ରଡକ୍ଟ ଗୁଡ଼ିକ ଏହି ସେଲ୍ରେ ଆପଣ କମ ଦାମରେ କିଣି ପାରିବେ । ସେହିପରି ଇ-କମର୍ସ ସାଇଟ୍ ଆମାଜନ୍ରେ ମଧ୍ୟ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ୍ ସେଲ୍ ଆରମ୍ଭ ହୋଇଯାଇଛି । ଏଠାରେ ମଧ୍ୟ ଆପଣ ଅନେକ ପ୍ରଡକ୍ଟ ଉପରେ ଡିସକାଉଣ୍ଟ ପାଇ ପାରିବେ ।
ଫ୍ଲିପକାର୍ଟ ସେଲ୍ ସମୟରେ ଫ୍ଲିପକାର୍ଟ କାର୍ଡ ଏବଂ EMI ଟ୍ରାନଜାକ୍ସନ ବ୍ୟବହାର କରିବା ସହିତ ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଏବଂ କୋଟାକ୍ ବ୍ୟାଙ୍କର କାର୍ଡ ବ୍ୟବହାର କରିବେ ତେବେ ଆପଣଙ୍କୁ ତୁରନ୍ତ ଡିସକାଉଣ୍ଟ ମିଳିବ ।
ଆପଣ ଏହି ସେଲ୍ ପାଇଁ ନିଶ୍ଚିତ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବେ, ତେବେ samsung galaxy f13 , motorola g32, Oppo A17K, realme c55 ଏବଂ ଅନ୍ୟାନ୍ୟ ଦମଦାର ସ୍ମାର୍ଟଫୋନ୍ ଉପରେ ବର୍ତ୍ତମାନ ଡିସକାଉଣ୍ଟ ମିଳୁଛି । ଏହି ଡିସକାଉଣ୍ଟ ପ୍ରଡକ୍ଟ ବିଷୟରେ ଆମେ ଆଜି ଆପଣଙ୍କୁ ଜଣାଇବୁ ।
samsung galaxy f13 : ଫ୍ଲିପକାର୍ଟ ସେଲ୍ ୨୦୨୩ରେ ଆପଣ ସ୍ମାର୍ଟଫୋନକୁ ୯,୧୯୯ ଟଙ୍କାରେ କିଣି ପାରିବେ, ୩୮ ପ୍ରତିଶତ ଡିସକାଉଣ୍ଟ ପରେ ଏହି ଅଫର ଦିଆଯାଉଛି । ଏହି ଡିଭାଇସରେ ଗୋରିଲା ଗ୍ଲାସ୍ ୫ ସହିତ ୬.୬-ଇଞ୍ଚ ଫୁଲ୍ HD + ଡିସପ୍ଲେ ରହିଛି, Exynos 850 ପ୍ରୋସେସର ଦ୍ୱାରା ଏହା ଚାଲିଥାଏ । 8 ଜିବି ରାମ୍ ଏବଂ 64 ଜିବି ଇଣ୍ଟରନାଲ ଷ୍ଟୋରେଜ୍ ସହିତ ଏହା ଆସୁଛି । ଏହାର କ୍ୟାମେରା ସେଟଅପ୍ରେ 50 MP ମୁଖ୍ୟ କ୍ୟାମେରା ସାମିଲ, ଯାହା 8 MPର ଫ୍ରଣ୍ଟ କ୍ୟାମେରା ସହିତ ଆସିଥାଏ । ଏହା 6000 mAh ଲିଥିୟମ୍ ଆୟନ ବ୍ୟାଟେରୀ ସହିତ ଲ୍ୟାସ କରାଯାଇଛି ।
motorola g32 : ଫ୍ଲିପକାର୍ଟ ବିଗ୍ ବିଲିୟନ ଡେଜ୍ ସେଲ୍ରେ ଆପଣ ଏହି ସ୍ମାର୍ଟଫୋନ୍କୁ ୯,୯୯୯ ଟଙ୍କାରେ କିଣି ପାରିବେ, ଏହାର ରିଏଲ୍ ପ୍ରାଇସ୍ ୧୮,୯୯୯ଟଙ୍କା । ଏହି ଡିଭାଇସ୍ରେ 90Hz ରିଫ୍ରେସ୍ ରେଟ୍ ସହିତ 6.5-ଇଞ୍ଚ ଫୁଲ୍ HD + ଡିସପ୍ଲେ ରହିଛି ଏବଂ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ 50MP ମୁଖ୍ୟ କ୍ୟାମେରା ଏବଂ 16MP ଫ୍ରଣ୍ଟ କ୍ୟାମେରା ସାମିଲ ରହିଛି । ଏହି ସ୍ମାର୍ଟଫୋନ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ 680 ପ୍ରୋସେସର ଦ୍ୱାରା ଚାଲିଥାଏ ଏବଂ 5000 mAh ଲିଥିୟମ୍ ପଲିମର ବ୍ୟାଟେରୀ ସହିତ ଲ୍ୟାସ୍ ହୋଇଛି, ଯାହା ୩୩ ୱାଟ ଟର୍ବୋ ପାୱାର ଚାର୍ଜରକୁ ସପୋର୍ଟ କରେ ।
Oppo A17k: ଆପଣ ଏହି ସ୍ମାର୍ଟଫୋନକୁ ମାତ୍ର ୮,୯୯୯ ଟଙ୍କାରେ କିଣି ପାରିବେ । ୩୦ ପ୍ରତିଶତ ଡିସକାଉଣ୍ଟରେ ଏହା ମିଳୁଛି । ଏହାର ପ୍ରକୃତ ମୂଲ୍ୟ ୧୨,୯୯୯ ଟଙ୍କା କିନ୍ତୁ ଡିସକାଉଣ୍ଟରେ ଏହାକୁ କମ ଦାମୋର କିଣି ପାରିବେ । ଏହି ଡିଭାଇସରେ 6.56-ଇଞ୍ଚର HD + ଡିସପ୍ଲେ ଅଛି ଏବଂ ମିଡିଆଟେକ ହେଲିଓ P35 ପ୍ରୋସେସର ଦ୍ୱାରା ଏହା ଚାଲିଥାଏ । ଏଥିରେ 8MP AI ରିୟର କ୍ୟାମେରା ଏବଂ ସେଲଫି ପାଇଁ 5MP ଫ୍ରଣ୍ଟ କ୍ୟାମେରା ରହିଛି । ସ୍ମାର୍ଟଫୋନଟି 5000 mAh ବ୍ୟାଟେରୀ ସହିତ ଆସିଥାଏ ଏବଂ ଅଧିକ ଷ୍ଟୋରେଜ୍ ପାଇଁ RAM ଏକ୍ସପେନସନ୍ ଟେକ୍ନିକ୍ ମଧ୍ୟ ଅଛି ।