Below header

ପାଳଧୂଆପଲ୍ଲୀ ଗାଁରେ ଶ୍ୱଶୁର ଓ ବୋହୂକୁ ହତ୍ୟା, ଅଭିଯୁକ୍ତ ଅଟକ

ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାଳଧୂଆପଲ୍ଲୀ ଗାଁରେ ଘଟିଛି ଡବଲ ମର୍ଡର । କାଜୁ ଜଙ୍ଗଲକୁ ସଫା କରିବାକୁ ନେଇ ହୋଇଛି ଡବଲ ମର୍ଡର ।

ଗଞ୍ଜାମ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାଳଧୂଆପଲ୍ଲୀ ଗାଁରେ ଘଟିଛି ଡବଲ ମର୍ଡର । କାଜୁ ଜଙ୍ଗଲକୁ ସଫା କରିବାକୁ ନେଇ ହୋଇଛି ଡବଲ ମର୍ଡର । ଗାଁ ନିକଟରେ ରହିଥିବା କାଜୁ ଜଙ୍ଗଲରେ ହୋଇଛି ଏହି ହତ୍ୟାକାଣ୍ଡ । ଶ୍ୱଶୁର ଓ ବୋହୂକୁ ହତ୍ୟା କରିଛି ନିଜ ପୁତୁରା ବୋଲି ଅଭିଯୋଗ ହୋଇଛି । ମୃତ ଶ୍ୱଶୁର ହେଲେ ଶିବ ଡାକୁଆ ଓ ବୋହୁ ଜୟନ୍ତୀ ଡାକୁଆ । ହତ୍ୟା ଅଭିଯୋଗରେ ଡାକ୍ତର ଡାକୁଆକୁ ଅଟକ ରଖିଛି ପୋଲିସ । ଅଭିଯୁକ୍ତ କଟୁରୀରେ କାଟି ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି । ଖଲ୍ଲିକୋଟ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.