ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହେଡମାଷ୍ଟର ଓ ଅଧ୍ଯକ୍ଷା

ଆଜି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଳକ ଅନ୍ତର୍ଗତ ଅଧମୁଣ୍ଡା SSD ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଗସ୍ଥି ସାହୁ ଓ କେରଙ୍ଗ କଲେଜ ଅଧ୍ଯକ୍ଷା ବିଦ୍ୟୁତପ୍ରଭା ଜେନା ଭିନ୍ନ ଭିନ୍ନ ଘଟଣାରେ  ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

କଳାହାଣ୍ଡି/ଖୋର୍ଦ୍ଧା: ଆଜି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଳକ ଅନ୍ତର୍ଗତ ଅଧମୁଣ୍ଡା SSD ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଗସ୍ଥି ସାହୁ ଓ କେରଙ୍ଗ କଲେଜ ଅଧ୍ଯକ୍ଷା ବିଦ୍ୟୁତପ୍ରଭା ଜେନା ଭିନ୍ନ ଭିନ୍ନ ଘଟଣାରେ  ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଆଜି ଅପରାହ୍ନରେ ନିଜ ସ୍କୁଲ ଅଫିସରେ ଠିକାଦାର ଯୁଧିଷ୍ଠିର ଭଗତଙ୍କ ଠାରୁ 5T ସ୍କୁଲ ରୂପାନ୍ତରି କରଣ ବାବଦରେ ଫାଇନାଲ ବିଲ କରିଦେବାକୁ ବାରଂବାର କହିବା ସତ୍ତ୍ୱେ ବିଲ କରିବାରେ ବିଳମ୍ବ କରିବା ସହ ଲାଞ୍ଚ ପାଇଁ ଦାବି କରି ଆସୁଥିଲେ । ପରେ ଠିକାଦାର ଭବାନୀପାଟଣା ଭିଜିଲାନ୍ସର ଦ୍ୱାରସ୍ଥ ହେଇଥିଲେ ।

ଆଜି ଯୋଜନା ମୁତାବକ ଠିକାଦାର ଅଧାମୁଣ୍ଡା ସ୍କୁଲରେ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଧରିବାରେ ସଫଳ ହୋଇଛି । ଲାଞ୍ଚ ଟଙ୍କା ଜବତ କରିବା ସହ ପ୍ରଧାନ ଶିକ୍ଷକ ଅଗସ୍ଥି ସାହୁଙ୍କୁ ଗିରଫ କରିଛି । ଅଧିକ ଜେରା କରିବା ପାଇଁ ଅଗସ୍ଥି ସାହୁଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ନେଇଥିବା ଜଣାଯାଇଛି ।

ସେହିପରି ଅନ୍ୟ ଏକ ଘଟଣାରେ କେରଙ୍ଗ କଲେଜ ଅଧ୍ଯକ୍ଷା ବିଦ୍ୟୁତପ୍ରଭା ଜେନା ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କେରଙ୍ଗ କଲେଜର ସହକାରୀ ଲାଇବ୍ରେରିଆନ ଧିରଜ ବଡ଼ଜେନାଙ୍କ ଠାରୁ 5ଟା ବେଳେ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ। ଭିଜିଲାନ୍ସ ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଛି। ତାଙ୍କ ବାସଭବନ ସମେତ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ସହ ତାଙ୍କୁ ଭୁବନେଶ୍ବର କାର୍ଯ୍ଯାଳୟକୁ ନେଇଯାଇଛନ୍ତି। ଧିରଜଙ୍କ ପତ୍ନୀ ଦିପ୍ତିରାଣିଙ୍କ ଅଭିଯୋଗ କ୍ରମେ ଭିଜିଲାନ୍ସ ଜାଲ ବିଛାଇଥିଲା।

ବିଦ୍ୟୁତପ୍ରଭାଙ୍କ ଗୁରୁଜଙ୍ଗ ସ୍ଥିତ ବାସଭବନରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ମିଳିଥିବା ସୂଚନା ମୁତାବକ, କଲେଜ ଅଧ୍ଯକ୍ଷା ଜେନା ସହକାରୀ ଲାଇବ୍ରେରିଆନ ଧିରଜଙ୍କ ଏରିଅର ଟଙ୍କା ପାଇଁ ପ୍ରଥମେ ଏକ ଲକ୍ଷ ଟଙ୍କା ମାଗିଥିଲେ। ପରବର୍ତ୍ତି ସମୟରେ 80, 70 ହଜାର ପରେ 50ହଜାର ଟଙ୍କା ଦେବାଲାଗି ଛିଡିଥିଲା। ଖୋର୍ଦ୍ଧା ଓ ଭୁବନେଶ୍ୱର ଭିଜିଲାନ୍ସ ମିଳିତ ଟିମ ଏହି ଚଢାଉ କରିଥିଲେ। ଭିଜିଲାନ୍ସ ଡିଏସପି ବ୍ରଜ କିଶୋର ଜେନାଙ୍କ ନେତୃତ୍ବରେ ଏହି ଚଢଉ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.