ରାତିରେ ଚନ୍ଦକା ଅଭୟାରଣ୍ୟର ମଜା ନେଇପାରିବେ ଦର୍ଶକ, ଜାନୁଆରୀ ୨୯ ରୁ ଆରମ୍ଭ ହେବ ନାଇଟ ନକଚରାଲ ଟ୍ରେଲ

ରାତିରେ ଚନ୍ଦକା ଅଭୟାରଣ୍ୟର ମଜା ନେଇପାରିବେ ଦର୍ଶକ।ଭରତପୁର ସଫାରୀରେ ଆରମ୍ଭ ହେବ ନାଇଟ ନକଚରାଲ ଟ୍ରେଲ। ଜାନୁଆରୀ ୨୯ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।

ରାତିରେ ଚନ୍ଦକା ଅଭୟାରଣ୍ୟର ମଜା ନେଇପାରିବେ ଦର୍ଶକ।ଭରତପୁର ସଫାରୀରେ ଆରମ୍ଭ ହେବ ନାଇଟ ନକଚରାଲ ଟ୍ରେଲ। ଜାନୁଆରୀ ୨୯ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।
ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ପାର୍ଶ୍ୱରେ ନାଇଟ ନକଚରାଲ ଟ୍ରେଲ ଆରମ୍ଭ ହେବ।

ଯେଉଁମାନେ ଦିନରେ ସମୟ ପାଉନାହାନ୍ତି, ସେମାନେ ସନ୍ଧ୍ୟା ସମୟରେ ଅଭୟାରଣ୍ୟ ବୁଲିବାର ସୁଯୋଗ ପାଇପାରିବେ। ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାରମାନେ ଅଧିକ ଉପକୃତ ହେବେ। ଏଠାରେ ଦର୍ଶକ ହରିଣ, ବାରହା ଓ ହାତୀ ସମେତ ରାତ୍ରିଚର ପ୍ରାଣୀମାନଙ୍କୁ ଦେଖିପାରିବେ ଓ ସେମାନଙ୍କ ସମ୍ପର୍କରେ ଜାଣିପାରିବେ। ଆଗକୁ ଆମେ ତପ୍ତପାଣିରୁ କିଛି ସମ୍ବର ଆସିବ।

ଭରତପୁର ଓ ଗୋଡ଼ିବାରି ଗେଟ୍‌ରୁ ପ୍ରତିଦିନ ଦିନବେଳା ସଫାରୀ ହେଉଛି। ପ୍ରତି ଘଣ୍ଟାରେ ସଫାରୀ ଗାଡ଼ି ବାହାରୁଛି। ଏଣିକି ଭରତପୁର ପାର୍ଶ୍ୱରୁ ସନ୍ଧ୍ୟାରେ ପ୍ରତି ଘଣ୍ଟାରେ ଦୁଇଟି ଲେଖାଏଁ ଗାଡ଼ି ବାହାରିବେ। ପର୍ଯ୍ୟଟକମାନେ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସଫାରୀର ମଜା ନେଇପାରିବେ। ରାତି ସାଢ଼େ ୯ଟାରୁ ସଫାରୀ ବନ୍ଦ ରହିବ। ରାତି ସାଢ଼େ ୯ଟାରୁ ସକାଳ ସାଢ଼େ ୯ଟା ଯାଏଁ ସଫାରୀ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ୱାଇଲ୍ଡ ଲାଇଫ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.